Search
Close this search box.

ଚନ୍ଦ୍ର ଓ ଶୁକ୍ରର ବିରଳ ଦୃଶ୍ୟ ॥

ଶୁକ୍ରବାର ରାତିରେ ଆକାଶରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଚନ୍ଦ୍ରର ଖୁବ ପାଖରେ ଶୁକ୍ର ଗ୍ରହ ନଜରକୁ ଆସିଥିଲା । ଏହି ବିରଳ ଓ ମନୋରମା ଦୃଶ୍ୟ ଲୋକମାନଙ୍କୁ ଆକୃଷ୍ଟ କରିଥିଲା , ଏଭଳି ଦୃଶ୍ୟ କୁ କେହି ହାତ ଛଡା ନ କରି ମୋବାଇଲ କ୍ୟାମେରା ରେ ଏହି ଦୃଶ୍ୟ ର ଫୋଟ ନେଇଥିଲେ ,

ଚନ୍ଦ୍ର ଓ ଶୁକ୍ରର ବିରଳ ଦୃଶ୍ୟ

ପଠାଣି ସାମନ୍ତ ପ୍ଲାନେଟେରିୟମର ଉପନିର୍ଦେଶକ ସୁଭେନ୍ଦୁ ପଟ୍ଟନାୟକଙ୍କ ଠାରୁ ଜାଣିବାକୁ ମିଳିଛି , ସୂର୍ଯ୍ୟ ଚାରିପଟେ ପୃଥିବୀ ୩୬୫ ଦିନରେ ଥରେ ଓ ଚନ୍ଦ୍ର ପୃଥିବୀ ଚାରିପଟେ ୨୮ ଦିନରେ ଥରେ ଘୁରି ଆସୁଛି , ସେହିପରି ୫ ଗ୍ରହ ଯଥା ବୁଧ , ଶୁକ୍ର , ମଙ୍ଗଳ , ବୃହସ୍ପତି ,ଓ ଶନି ଆମ ଖାଲି ଆଖିକୁ ତାରା ସଦୃଶ୍ୟ ଦେଖାଯାଆନ୍ତି, ଆକାଶରେ ଥିବା ନକ୍ଷତ୍ର ତଥା ତାରା ମାନେ ନିଜ ସ୍ଥାନ ପରିବର୍ତ୍ତନ କରନ୍ତି ନାହିଁ , ପୃଥିବୀ ଚନ୍ଦ୍ର ଓ ଅନ୍ୟ ଗ୍ରହମାନଙ୍କ ଗତି ଫଳରେ ସେମାନେ ଏକ ସରଳ ରେଖାରେ ରହିଥାନ୍ତି , ଆଜି ଅପରାହ୍ନ ୪:୨୭ ରୁ ସନ୍ଧ୍ୟା ୬:୨୭ ମଧ୍ୟରେ ଚନ୍ଦ୍ର ପଛରେ ଶୁକ୍ର ଗ୍ରହ ଲୁଚି ଯାଇଥିଲା , ଓଡ଼ିଶାର ଭୁବନେଶ୍ୱର ଓ କଟକ ସମିତ ସ୍ଥାନରେ ସନ୍ଧ୍ୟା ୬:୨୦ ରୁ ୮:୩୦ ଯାଏ ଚନ୍ଦ୍ର ଶୁକ୍ରଙ୍କ ପାଖରେ ଦେଖାଯାଇଥିଲା । ଧରିତ୍ରୀ ଦାସଙ୍କ ରିପୋର୍ଟ

Leave a Comment

Read More