Search
Close this search box.

ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ ଉତ୍ସବ

ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ ଉତ୍ସବ

ରାଇରଙ୍ଗପୁର:-ରାଇରଙ୍ଗପୁରସ୍ଥ ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ଯଅତିଥି ଭାବେ ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଧିକାରୀ ସ୍ମୃତିରଞ୍ଜନ ପାଣି ଯୋଗଦେଇ ବିବେକାନନ୍ଦଙ୍କ ଭଳି ଅନ୍ୟ ମାନଙ୍କ ପାଇଁ ଉଦାହରଣ ହେବା ପାଇଁ ପରାମର୍ଶ ଦେଇଥିଲେIସମ୍ମାନିତ ଅତିଥିଭାବେ ମୋରଡା ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୁମାର କବି, ମୁଖ୍ଯବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରଥ କୁମାର ପଟ୍ଟନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କର ଲୁକାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେI ସମ୍ମାନୀୟ ଅତିଥିଭାବେ ଅନୁଷ୍ଠାନର ସଂପାଦକ ରଘୁନାଥ ଦାସ,କୋଷାଧ୍ୟକ୍ଷ ବିଷ୍ଣପଦ ଜେନା ଓ ବରିଷ୍ଠ ସଦସ୍ଯ ମନମୋହନ ପରମାଣିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେI ଉକ୍ତ ସଭାକୁ ପ୍ରଧାନ ଆଚାର୍ଯ୍ଯ ଅସିତ କୁମାର ମହାନ୍ତଙ୍କ ଅଧ୍ୟକ୍ଷତା କରିଥିଲେ Iମଞ୍ଚାସୀନ ଅତିଥି ମାନଙ୍କୁ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । କୋଷାଧ୍ୟକ୍ଷ ବିଷ୍ଣପଦ ଜେନା ଅତିଥି ମାନଙ୍କ ପରିଚୟ ପ୍ରଦାନ ସହିତ ମଞ୍ଚାସୀନ ଅତିଥିମାନେ ସ୍ବାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଵଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ Iଶେଷରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଶିକ୍ଷାକେନ୍ଦ୍ର ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ପୁରସ୍କାର ପ୍ରଦାନ ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ବାସୁଦେବ ମହାନ୍ତ,ଖଗେଶ୍ବର ପରମାଣିକ, ଦୁଷ୍ମନ୍ତ ମହାନ୍ତ,ନିତ୍ଯାନନ୍ଦ ମହାନ୍ତ ସଂଯୋଜନା କରିଥିଲାବେଳେ ଓ ଗୁରୁମା ସତ୍ଯବତୀ ମହାନ୍ତ,ଚୁଡାମଣି ମହାନ୍ତ, ସରସ୍ବତୀ ମହାନ୍ତ,ଗାୟତ୍ରୀ ପଣ୍ଡା,ସଂଜୁକ୍ତା ଗୁରୁମା,ସୋନାଲୀ ଗୁରୁମା,କବିତା ଗୁରୁମା, ସଭ୍ୟ ସିଧେଶ୍ୱର ବେହେରା ପ୍ରମୁଖ ସହଯୋଗ କରିଥିଲେIଶେଷରେ ଗୁରୁଜୀ ବାସୁଦେବ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେI ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More

Verified by MonsterInsights