Search
Close this search box.

ବାସନ୍ତୀ ଦୁର୍ଗାପୂଜା ପାଇଁ ରାଇରଙ୍ଗପୁର ସହର ଉତ୍ସବ ମୁଖର

: ବାସନ୍ତୀ ଦୁର୍ଗାପୂଜା ପାଇଁ ରାଇରଙ୍ଗପୁର ସହର ଉତ୍ସବ ମୁଖର ଆଙ୍କର:ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ ମେଡିକାଲ ଛକ ନିକଟରେ ପ୍ରତିବର୍ଷ ପରି ଚଳିତ ବର୍ଷ ବାସନ୍ତୀ ଦୁର୍ଗାପୂଜା ମହାସମାରୋହରେ ପାଳିତ ହୋଇଯାଇଛି l ତୈତ୍ର ଶୁକ୍ଳ ଷଷ୍ଠୀ ତିଥିରେ ବିଳ୍ବବରଣ, ସପ୍ତମୀ ତିଥିରେ କଳସଯାତ୍ରା ଓ ଘଟ ସ୍ଥାପନା କରାଯାଇଥିଲା l ସ୍ଥାନୀୟ ଅଧିବାସୀ , ଭକ୍ତ ଓ କମିଟୀ ସଦସ୍ଯ ରାଇରଙ୍ଗପୁର ସହରସ୍ତ ମହୁଲଡିହାଁ ଅଧିନସ୍ତ ବଡବନ୍ଧ ଠାରେ ବ୍ରାହ୍ମଣ ଦ୍ବାରା ପୂଜା ସମାପନ ହେବା ପରେ ଘଟ ଉତ୍ତୋଳନ କରି ଏକ ବିଶାଳ ଶୋଭାଯାତ୍ରା ବାହାରି କଚେରୀ ପରିକ୍ରମା କରି ପୂଜା ମଣ୍ଡପ ଠାରେ ପହଞ୍ଚିଥିଲେ l ମୁଖ୍ଯପୂଜକ ଦେବବ୍ରତ ରଥ ମହାପାତ୍ର, ଜନରଂଜନ ଦାଶ, ଆଦିତ୍ଯ ଦାଶ, ହୁଶିକେଶ ଦାଶ ଓ ଜନରଂଜନ ପଣ୍ଡାଙ୍କ ଦ୍ବାରା ପୂଜା ଅର୍ଚ୍ଚନା କରାଯାଇଥିଲା ତଥା କର୍ତ୍ତା ଭାବେ ଜୟନ୍ତ ମହାନ୍ତ ପୂଜାକର୍ମକାଣ୍ଡରେ ମଣ୍ଡପରେ ଉପବେସନ କରିଥିଲେ l ବାସନ୍ତୀ ପୂଜା ଲାଗି ରାଇରଙ୍ଗପୁର ସହର ଉତ୍ସବ ମୁଖର ହୋଇଥିଲା ବେଳେ ପୂଜାରେ ଗୋପୂଜନ, ସୂର୍ଯ୍ଯପୂଜା ଓ ଦେବୀଙ୍କ ଷୋଡଶ ଉପଚାର ପୂଜା ହୋଇଥିଲା ବେଳେ ଶନିବାର ମହାଅଷ୍ଠମୀ ପୂଜା, ରବିବାର ମହାନବମୀ ପୂଜା ଓ ସୋମବାର ଦଶମୀରେ ମାଙ୍କ ବିର୍ସଜନ କରାଯାଇଥିଲା l କମିଟୀର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଶ୍ରଦ୍ଧାଳୁମାନଙ୍କୁ କମିଟୀ ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା l ସ୍ଥାନୀୟ ପୋଲିସ ପ୍ରଶାସନ ଶାନ୍ତିଶୁଙ୍ଖଳା ରକ୍ଷା କରିଥିଲେ l ଏହି ପୂଜାକୁ ଆଗାମୀ ଦିନରେ ଆହୁରି ଉନ୍ନତ କରିବା ପାଇଁ ବାସନ୍ତୀ ପୂଜା କମିଟୀ ପ୍ରକାଶ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More