: ‘ସୁସ୍ଥ ଓଡିଶା ବିକଶିତ ଭାରତ’ ମୋଦିଜୀଙ୍କ ମନ୍ତ୍ରରେ ଜନ ଆରୋଗ୍ଯ ଯୋଜନାର ଶୁଭାରମ୍ଭ ଆଙ୍କର: ମାନ୍ଯବର ପ୍ରଧାନମନ୍ତ୍ରୀ ଶ୍ରୀ ନରେଦ୍ର ମୋଦୀଙ୍କ ‘ସୁସ୍ଥ ଓଡିଶା ବିକଶିତ ଭାରତ’ ମନ୍ତ୍ରରେ ମୁଖ୍ଯ ଅତିଥି ରୂପେ କେନ୍ଦ୍ର ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ, ସାର ଓ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ଗରିମାମୟ ଉପସ୍ଥିତି ଓଡିଶା ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଜନଜାତି ବ୍ଯାପାର ମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମ, କେନ୍ଦ୍ର ରେଳ,ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ଯା ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ, ଓଡିଶା ଉପ-ମୁଖ୍ଯମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଶ୍ରୀମତୀ ପ୍ରଭାତୀ ପରିଡା ଓ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ, ସଂସଦୀୟ ବ୍ଯାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ଯା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖଙ୍କ ଯୋଗଦାନରେ ଆଜି ୧୧ ଏପ୍ରିଲ ୨୦୨୫ ଅପରାହ୍ନ ୨ଟା ୩୦ ଘଟିକା କଟକ ବାଲିଯାତ୍ରା ପଡିଆ ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଶୁଭାରମ୍ଭ କରିଥିଲେ l ଏହି ଯୋଜନା ମାଧ୍ଯମରେ ପରିବାରର ପୁରୁଷଙ୍କୁ ୫ଲକ୍ଷ ଓ ମହିଳାମାନଙ୍କୁ ୧୦ଲକ୍ଷ ଟଙ୍କା ସ୍ବାସ୍ଥ୍ଯ ସେବା ମିଳିପାରିବ l ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ ହାଟବାଦଡା ପଞ୍ଚାୟତ ନିକଟରେ ଥିବା ଶିଶୁ ମନ୍ଦିର ପାଖ ପଡିଆ ଠାରେ ଭିଡିଓ କନଫେରେସିଂ ମାଧ୍ଯମରେ ଉକ୍ତ ଯୋଜନା ଗୁଡିକର ଶୁଭାରମ୍ଭ ହୋଇଯାଇଛି l ଉକ୍ତ ମହନୀୟ କାର୍ଯ୍ଯକ୍ରମରେ ହାଟବାଦଡା ଗ୍ରାମପଞ୍ଚାୟତ ସରପଞ୍ଚ ସବିତା ସୋରେନ, ଆହାରବନ୍ଧ ଗ୍ରାମପଞ୍ଚାୟତ ସରପଞ୍ଚ ମଂଜୁ ସିଂହ, ବାଦାମପାହାଡ ମେଡିକାଲ ଅଫିସର ଇନଚାର୍ଯ୍ଯ ଡକ୍ଟର ରିତେଶ ଚୈତନ, ସିଏଚ୍ ସି ବିପିଏମ୍ ନିରାକର ନାୟକ, ବାଦାମପାହାଡ ଏସଟିଏସ ରୋହିତ କୁମାର ବାରିକ, କୁସୁମୀ ଜେଇ ନାଗିମଣୀ ମୁର୍ମୁ, ଭାରତୀୟ ଜନତା ପାର୍ଟି ଜିଲ୍ଲା ସମ୍ପାଦକ ପ୍ରଦୀପ ସାହୁ, ହସପିଟାଲ ଷ୍ଟାଫ୍ ସମୀର ମହାନ୍ତ, ବ୍ଲକ ସହଯନ୍ତ୍ରୀ ସରୋଜ କୁମାର ଟିଙ୍ଗା ଓ ନୋଡାଲ ଅଫିସର ସାଲମା ମାଝୀ ପ୍ରମୁଖ ଉପସ୍ଥିତଥିଲେ l ଏଥିରେ ଆଶା, ଅଙ୍ଗନୱାଡି କର୍ମୀ, ଏଏନଏମ୍, ସ୍ବୟଂ ସହାୟକ ଗୋଷ୍ଠୀ, ସିଏଚ୍ଓ ତଥା ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ଯାରେ ଯୋଗ ଦେଇଥିଲେ l ଉକ୍ତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନାରେ ହାଟବାଦଡା ଗ୍ରାମପଞ୍ଚାୟତର ୨୫ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା ବେଳେ ପରବର୍ତ୍ତୀ ସମୟରେ ସମସ୍ତ ହିତାଧିକାରୀମାନଙ୍କୁ ଦିଆଯିବ ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ









