Search
Close this search box.

ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବ ପାଳନ

ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବ ପାଳନ ।
ରାଇରଙ୍ଗପୁର
ବହଳଦା ବ୍ଲକ ପରିସରସ୍ଥ ଗୁହାଳ ଡାଙ୍ଗ୍ରୀ ଉ.ପ୍ରା. ବିଦ୍ୟାଳୟ ପରିସରରେ ପରିଚାଳନା କମିଟୀର ସ୍ଥାୟୀ ସଭାପତି ରାଜେଶ ବିନ୍ଧାଣୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଉକ୍ତ ସମାରୋହରେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶୁଭଶ୍ରୀ ସିଂହ ଓ ମୁଖ୍ୟବକ୍ତା ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଭୁବନାଥ ସିଟ ଉପସ୍ଥିତ ହୋଇ ସମସ୍ତଙ୍କୁ ଗୌରବାନ୍ୱିତ କରିଥିଲେ । ସମ୍ମାନୀତ ଅତିଥିଭାବେ ସି.ଆର.ସି.ସି. ଜଗନ୍ନାଥ ପାତ୍ର, ଶିକ୍ଷକ ସଂଘ ସଭାପତି ଶିବନନ୍ଦନ ମହାନ୍ତ, ସଂପାଦକ ସଂଜୟ କୁମାର ମହାନ୍ତ, ଉପଦେଷ୍ଟା ନଳିନୀ କୁମାର ବେହେରା, ତରଙ୍ଗବୀର ମହାନ୍ତ, ଶିବକୁମାର ମହାନ୍ତ ଉପସ୍ଥିତ ହୋଇଥିଲେ । ପି.ଟି.ଆଇ. ସଭ୍ୟ ଦୁର୍ଗାଚରଣ ମହାନ୍ତ ମଞ୍ଚ ପରିଚାଳନା କରିଥିଲେ ଓ ସହକାରୀ ଶିକ୍ଷକ ବନମାଳି ବେହେରା ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ଵାଗତ ସଙ୍ଗୀତ ଓ ଉଦଯାପନ ସଂଗୀତ ଗାନକରି ମନ୍ତ୍ରମୁଗ୍ଧ କରିଥିଲେ । ପ୍ରଧାନ ଶିକ୍ଷକ ସୁବାଶ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More