Search
Close this search box.

ଜେଆରସି କାଉନସେଲରଙ୍କ ଏକ ଦିବସୀୟ ବ୍ଲକ ସ୍ତରୀୟ କର୍ମଶାଳା ୭ଟି ବ୍ଲକର କାଉନସେଲରମାନଙ୍କ ଅଂଶ ଗ୍ରହଣ

ଜେଆରସି କାଉନସେଲରଙ୍କ ଏକ ଦିବସୀୟ ବ୍ଲକ ସ୍ତରୀୟ କର୍ମଶାଳା
୭ଟି ବ୍ଲକର କାଉନସେଲରମାନଙ୍କ ଅଂଶ ଗ୍ରହଣ
ରାଇରଙ୍ଗପୁର :–ଇଣ୍ଡିଆନ ରେଡ୍ କ୍ରସ୍ ସୋସାଇଟି ଓଡିଶା ଶାଖା ମୟୁରଭଞ୍ଜ ଜିଲ୍ଲା ପକ୍ଷରୁ ବାମନଘାଟି ଉପଖଣ୍ଡ ସ୍ତରୀୟ ଏକ ଦିବସୀୟ ଜୁନିୟର ରେଡ୍ କ୍ରସ୍ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ରଘୁନାଥ ଜୀୟୁ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛିI ଉଦଘାଟନ ଉତ୍ସବରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ମୂର୍ମୁ ଯୋଗ ଦେଇ ରକ୍ତଦାନ କରିବା ପାଇଁ ସମସ୍ତ କାଉନସେଲର ମାନଙ୍କୁ ପରାମର୍ଶ ଦେଇଥିଲେIଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣିଙ୍କ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ କାଉନସେଲର ମାନଙ୍କୁ ଅବଗତ କରାଇଥିଲେ Iମୁଖ୍ୟ ବକ୍ତା ଭାବେ ରାଇରଙ୍ଗପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରିଷିପ୍ରଭା ମହାନ୍ତ ଜେଆରସି ବନ୍ଧୁତାର ନିଦର୍ଶନ ପରିଚୟ ବୋଲି ମତବ୍ୟକ୍ତ କରିଥିଲେ Iସମ୍ମାନୀୟ ଅତିଥି ଭାବେ ରାଇରଙ୍ଗପୁର ବିଆରସି ତଥା ଏବିଇଓ କାର୍ତିକ ଚନ୍ଦ୍ର କାରୁଆ, ଅନ୍ୟତମ ଏବିଇଓ ହେମ ମାଝୀ,ପ୍ରାଥମିକ ଚିକିତ୍ସା ସାଧନ କର୍ମୀ ମିତା ହାଁସଦା,ବିପର୍ଯୟ ପରିଚାଳନା ସାଧନ କର୍ମୀ ଚନ୍ଦନ କୁମାର ଦାସ ପ୍ରମୁଖ ରେଡ କ୍ରସର ସେବା ବିଷୟରେ ପରାମର୍ଶ ଦେଇଥିଲେIସେହିପରି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗ ଦେଇ ସମସ୍ତଙ୍କ ମଧ୍ୟରେ ମାନବବାଦ ବଞ୍ଚିଲେ ଜିଲ୍ଲା ତଥା ରାଜ୍ୟର ଉନ୍ନତି ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଥିଲେIମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂ ସମସ୍ତ କାଉନସେଲରମାନେ ଧଳା ପୋଷାକ ପରିଧାନ ସହିତ ନାଲି ଚି଼ହ୍ନର ବ୍ୟବହାର ବିଷୟରେ କାଉନସେଲର ମାନଙ୍କୁ ଅବଗତ କରାଇଥିଲେ Iସମ୍ମାନୀୟ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ରେଡ୍ କ୍ରସ୍ ର ମୂଳ ମନ୍ତ୍ର ବିଷୟରେ ଆଲୋକପାତ କରିଥିଲେ Iପ୍ରାରମ୍ଭରେ ପ୍ରଭୁ ଗଣପତି ଓ ରେଡ଼କ୍ରସର ଜନକ ହେନେରୀ ଡୁନାଣ୍ଟଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ ସହିତ କାଉନସେଲର ଗୌର ଚନ୍ଦ୍ର ମହାଳିକ ବେଦ ମନ୍ତ୍ର ପାଠ କରିଥିଲେ Iଶେଷରେ ପ୍ରାଥମିକ ଚିକିତ୍ସା ସାଧନ କର୍ମୀ ଚନ୍ଦନ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ Iଏଥିରେ 7 ଟି ବ୍ଲକର କାଉନସେଲରମାନେ ଅଂଶ ଗ୍ରହଣ କରିଥିଲେIଏଥିରେ ରକ୍ତଦାତା ଗତିକୃଷ ମହାନ୍ତ,ଜେଆରସି କୁସୁମୀ ବ୍ଲକ ସଂଯୋଜକ ହେମନ୍ତ କୁମାର ପ୍ରଧାନ,ବହଳଦା ବ୍ଲକ ମନୋଜ କୁମାର ବେଶ୍ରା,ରାଇରଙ୍ଗପୁର ବ୍ଲକ ସଂଯୋଜକ ବିଜୟ କୁମାର ମାଝୀ, କାଉନସେଲର ବିରେନ କୁମାର ଦଳେଇ, କମଳା କାନ୍ତ ସିଂ, ଅରବିନ୍ଦ ଗିରି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I
ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More