Search
Close this search box.

କିଆପାଣପୋଷି ଠାରେ ମେତିଆ ବିନ୍ଦୁ ଚିହ୍ନଟ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର

କିଆପାଣପୋଷି ଠାରେ ମେତିଆ ବିନ୍ଦୁ ଚିହ୍ନଟ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ତା ୨୦-୦୩-୨୦୨୫ ଗୁରୁବାର : ସ୍ବର୍ଗତ କଂଗ୍ରେସ ଭାଇ (ଶ୍ରୀଭାଇ) ଙ୍କ ପୂଣ୍ଯତିଥି ଅବସରରେ ବିନୋବା ସେବା ପ୍ରତିଷ୍ଠାନ, କରଂଜିଆ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ କେନ୍ଦୁଝର ଓ ଭୂମିକା ଚକ୍ଷୁ ଚିକିତ୍ସାଳୟ, କରଂଜିଆ ର ମିଳିତ ସହଯୋଗରେ ବିଶାଳ ଚକ୍ଷୁ ପରୀକ୍ଷା ଶିବିର କିଆପାଣପୋଷି ଠାରେ ଅନୁଷ୍ଠିତ ହୋଇଯାଇଛି l ବିନୋବା ସେବା ପ୍ରତିଷ୍ଠାନ ଜିଲ୍ଲା ସଂଯୋଜକ ଶ୍ରୀ ସଚିଦାନନ୍ଦଙ୍କ ସଂଯୋଜନାରେ ବଳା, କିଆପାଣପୋଷି, ଡୁମୁରିଆ, ପିଛୁଳି, ଦେଓଗାଁ, ତାଟୋ, ବାଟଟାଇଁସିରା, କଙ୍କଡା, କୁରୁଳିଆ, ବାଗଦଫା, ଠିଆଯୋଡି, ସାବେତପଶି ଗ୍ରାମରୁ ତେୟାନବେ ଜଣ ବରିଷ୍ଠ ନାଗରିକମାନଙ୍କୁ ଚକ୍ଷୁ ପରୀକ୍ଷା କରାଯାଇଥିଲା l କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସଂପାଦକ ଶ୍ରୀଭକ୍ତ ବତ୍ମଳ ମହାନ୍ତିଙ୍କ ନେତୁତ୍ବରେ ଆୟୋଜିତ ଚକ୍ଷୁ ପରୀକ୍ଷା ଶିବିରରେ ଭୂମିକା ଚକ୍ଷୁ ଚିକିତ୍ସାଳୟ, କରଂଜିଆର ଜୋନାଲ ମ୍ଯାନେଜର ଶ୍ରୀକର୍ଣ୍ଣାଟ କିଶୋର ଜେନା, ଏରିଆ ମ୍ଯାନେଜର ଶ୍ରୀ ବିରଞ୍ଚି ନାରାୟଣ ସେଠୀ, କ୍ଷେତ୍ରୀୟ ସଂଗଠକ ଶ୍ରୀ ରଶ୍ମି ରଞ୍ଜନ ମହାନ୍ତ, ଫର୍ମାଷିଷ୍ଟ ନିବେଦିତା ମହାନ୍ତ, ବରିଷ୍ଟ ସ୍ବାସ୍ଥ୍ଯ ସହାୟିକା ସୁଶୀ ମାମିନା ନାୟକ ଶିବିର ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କର ଚକ୍ଷୁ ପରୀକ୍ଷା କରିବା ସହ ପ୍ରାଥମିକ ସେବା ଯୋଗାଇ ଦେଇଥିଲେ l ଭୂମିକା ଚକ୍ଷୁ ଚିକିତ୍ସାଳୟ ମ୍ଯାନେଜର ସୁନିଲ କୁମାର ସେଠୀ, ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିବା ୧୪ ଜଣ ବରିଷ୍ଠ ନାଗରିକଙ୍କୁ , ମୋବାଇଲ ଭ୍ଯାନ ଯୋଗେ ଭୂମିକା ଚକ୍ଷୁ ଚିକିତ୍ସାଳୟ, କରଂଜିଆକୁ ଅସ୍ତ୍ରପଚାର ନିମନ୍ତେ ପ୍ରେରଣ କରିଛନ୍ତି l ବିଶ୍ବବନ୍ଧୁ ଶ୍ରୀ କଂଗ୍ରେସ ଭାଇ ସେବା ଟ୍ରଷ୍ଟର ସ୍ବେଛାସେବୀ ପ୍ରମିଳା ନାୟକ, ଭାଗ୍ଯବତୀ ନାୟକ, ବିନୟ ଦାସ, ଜଗଦିସ ନାୟକ, ପ୍ରଦୀପ ଭାଇ, ଉଦୟ ନାୟକ, ପରିମଳ ବେହେରା, ସନାତନ ନାୟକ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ l ସମାନ୍ତରାଳ ଭାଷାରେ ହୋମିଓପାଥିକ ଚିକିତ୍ସା ସେବା ପାଇ ଅବସରପ୍ରାପ୍ତ ଶ୍ରୀପ୍ରସନ ଦାସ, ଡାକ୍ତର ସରଣ, ସ୍ବାସ୍ଥ୍ଯ ସେବିକା ଦେବକୀ ମହାନ୍ତ ସ୍ବାସ୍ଥ୍ଯ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରିଥିଲେ l କାର୍ଯ୍ଯକ୍ରମ ଆରମ୍ଭରେ ଶ୍ରୀ କଂଗ୍ରେସ ଭାଇ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ଯ ଅତିଥିମାନେ ପ୍ରଦାନ କରି ଶିବିର ଉଦଘାଟନ କରିଥିଲେ l ମୟୂରଭଂଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More