: ୧୨୧ ବର୍ଷରେ ସାଇଁକୁଳା ଦୋଳ ଉତ୍ସବ ଆଙ୍କର: ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକର ପ୍ରସିଦ୍ଧ ସାଇଁକୁଳା ଦୋଳ ଯାତ୍ରା ଗତ ରବିବାର ଠାରୁ ଆରମ୍ଭ ହୋଇଅଛି l ଐତିହ୍ଯ ସମ୍ପନ୍ନ ଉକ୍ତ ଦୋଳଯାତ୍ରା ଉତ୍ସବ ଚଳିତବର୍ଷ ୧୨୧ ବର୍ଷରେ ପଦାର୍ପଣ କରିଛି l ଏହି ଦୋଳଯାତ୍ରା ପାଇଁ ମେଳନ ପଡିଆ ଲାଇଟ ଓ ସାଜସଜ୍ଯାରେ ଭବ୍ଯ ପରିଲକ୍ଷିତ ହେଉଛି l ଏହି ମେଲଣରେ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୧୨୦ ରୁ ୧୫୦ ବିମାନ ସାମିଲ ହୋଇଥିଲେ l ପରମ୍ପରା ଅନୁସାରେ ଗାଁରେ ପୂଜା ପାଉଥିବା ଦୁଇ ସାମରାୟ, ଦୁଇ ରାହାସ ବିହାରୀଜିଉ, ଗୋବିନ୍ଦ ଗୋପାଳଜିଉ, ଦୁଇ ରାଧାମୋହନଜିଉ, ବ୍ରଜବିନୋଦ ରାୟ ଠାକୁର ମଣ୍ଡପକୁ ବିଜେ କରିଥାନ୍ତି l ସାତ ଠାକୁର ସପ୍ତାହ ଧରି ମଣ୍ଡପରେ ପୂଜା ପାଇବା ପରେ ପୁଣି ନିଜ ଆସ୍ଥାନକୁ ଫେରି ଯାଇଥାନ୍ତି l ତାପରେ ଦୁଇ ସପ୍ତାହ ଧରି ମେଳା ଯାତ୍ରା ହୋଇଥାଏ l ମେଲଣର ପରଦିନ ସନ୍ଧ୍ଯାଠାରୁ ସପ୍ତାହେ ଧରି ପାଲା ଓ ଯାତ୍ରା ପରି ସାଂସ୍କୁତିକ କାର୍ଯ୍ଯକ୍ରମ ହୋଇଥାଏ l ସ୍ଥାନୀୟ ଲୋକେ ଏହି ସାଂସ୍କୁତିକ କାର୍ଯ୍ଯକ୍ରମକୁ ବେଶ୍ ଉପଭୋଗ କରିଥାଆନ୍ତି l ମେଳାରେ ପ୍ରତିବର୍ଷ ପ୍ରବଳ ଭିଡ ହୋଇଥାଏ l ମେଳା ପରିଚାଳନା ପାଇଁ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି l ଶାନ୍ତି ଶୁଙ୍ଖଳାରେ ମେଳା ସମାପନ ପାଇଁ ଏଠାରେ ଏକ ଅସ୍ଥାୟୀ ପୁଲିସ ଫାଣ୍ଡି ପ୍ରତିଷ୍ଠା ହୋଇଛି l ମେଲଣକୁ ଶୁଙ୍ଖଳିତ କରିବା ପାଇଁ ଦୋଳ କମିଟୀର ସଭାପତି ବୈଦ୍ଯନାଥ ମିଶ୍ରଙ୍କ ଅଧ୍ଯକ୍ଷତା କରିଥିବା ବେଳେ ବିଡିଓ ପୁଥିରାଜ ପରିଡା, କୁଆମରା ଫାଣ୍ଡି ଅଧିକାରୀ ଉପେନ୍ଦ୍ର ଗୋଛାୟତଙ୍କ ସମେତ ବିଦ୍ଯୁତ ବିଭାଗ, ଜଳ ପରିମଳ, ଅଗ୍ନିଶ୍ରମ, ସ୍ବାସ୍ଥ୍ଯ ବିଭାଗ ପ୍ରମୁଖ ଅଧିକାରୀମାନେ ପରିଚାଳନାରେ ସାହାଯ୍ଯ ଓ ସହଯୋଗ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ









