Search
Close this search box.

ବିଜୁ ଜନତା ଦଳୀୟ କର୍ମକର୍ତ୍ତା ପକ୍ଷରୁ ପ୍ରତିବାଦ ସଭା

ବିଜୁ ଜନତା ଦଳୀୟ କର୍ମକର୍ତ୍ତା ପକ୍ଷରୁ ପ୍ରତିବାଦ ସଭା ଆଙ୍କର: ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ ନ କରିବା ପାଇଁ ବିଜେପି ସରକାର ନେଇଥିବା ନିଷ୍ପତ୍ତିରେ ସାରା ଓଡିଶାବାସୀଙ୍କ ପ୍ରତି ଉପହାସ ମନେହୁଏ l ଏପରିକି ପ୍ରବାଦପୁରୁଷ ପ୍ରତି ଅପମାନ, ସହିବନି ଓଡିଶା ବୋଲି ପ୍ରତିବାଦୀ ବିଜେଡି କର୍ମୀ ଜୋର ଦେଇ କହିଥିଲେ l ପୁଣି କହିଥିଲେ ଯେ ପୂର୍ବରୁ ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ଛୁଟି ଘୋଷଣା କରାଯାଇଥିଲା l କିନ୍ତୁ ବିଜେପି ସରକାରଙ୍କର କଅଣ ମତିଭ୍ରମ ହେଲା ଯେ ବିଜୁ ଜୟନ୍ତୀ ପାଳନ ହେଉ କିନ୍ତୁ ପଞ୍ଚାୟତିରାଜ ଦିବସ ଛୁଟିକୁ ବାତିଲ କରାଯାଇ ଏପ୍ରିଲ ୨୪ ରେ ଘୁଞ୍ଚାଇ ଦିଆଯାଇଛି l ଏଥିରେ ବିଜେପି ସରକାରଙ୍କର କଅଣ ସ୍ବାର୍ଥ ରହିଛି ଆପଣମାନେ ଅନୁମାନ କରିପାରୁଥିବେ l ଏହାପରେ ଓଡିଶାର ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କର କୁଶ ପୁତଳିକା ଦାହ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର ସହରରେ ବିଜେଡି କର୍ମୀ ତଥା ବରିଷ୍ଠନେତାମାନେ ବିରାଟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ନାନାପ୍ରକାର କଟୁଉକ୍ତି କହିବାସହିତ ଏହି ବିଜେପି ସରକାର ଅବା ମୋହନ ସରକାର କେବଳ ମାତ୍ର ରଙ୍ଗ ବଦଳାଇବା ଜାଣିଛି l କେତେବେଳେ ବିଦ୍ଯାଳୟ, ଅଫିସକାର୍ଯ୍ଯାଳୟ, କେତେବେଳେ ଗାଡିମଟର ଅବା ଆଉ କେତେବେଳେ ଛାତ୍ରଛାତ୍ରୀମାନଙ୍କର ପୋଷାକରେ ରଙ୍ଗ ବଦଳିବାକୁ ଯାଉଛି l ଏ ଡବଲଇଂଜିନ ସରକାର କରୁଛି କଅଣ , ଲୋକମାନଙ୍କର କେତେ ଉନ୍ନତି କରୁଛି ଆପଣମାନେ ଅନୁମାନ କରିପାରୁଥିବେ l ଏହାପରେ ମାନ୍ଯବର ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କର କୁଶ ପୁତଳିକା ଦାହ କରାଯାଇଥିଲା l ଏଥିରେ ବହୁ ବିଜେଡି କର୍ମୀ ଏକତ୍ରିତ ହୋଇଥିଲେ l ସେମାନଙ୍କ ମଧ୍ଯରେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ଉପାଧ୍ଯକ୍ଷା ମମିତା ଚୌଧୂରୀ, ବରିଷ୍ଠ କର୍ମୀ ଇଶାନ ମିଶ୍ର, ମନୁ ଚୌଧୂରୀ, ସାଇବା ସୁଶୀଲ କୁମାର ହାଁସଦା, ସୁବାଷ ମଣ୍ଡଳ, ପୂର୍ବତନ ସାଧାରଣ ନିର୍ବାଚନରେ ରାଇରଙ୍ଗପୁର ନିର୍ବାତନ ମଣ୍ଡଳର ପ୍ରାର୍ଥୀ ରାଇସେନ ମୁର୍ମୁ, ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ, ମହିଳାମୋର୍ଚ୍ଚା ସଭାପତି ତନୁଜା ମହାନ୍ତ, ଦଳୀୟ କର୍ମକର୍ତ୍ତା ଗୌରୀଶଙ୍କର ଦତ୍ତ, ପଙ୍କଜ ଦାସ, ସାଜିଦ ହୁସେନ ତଥା ମହିଳା ମୋର୍ଚ୍ଚାର ବହୁ ସଦସ୍ଯା ଏବଂ ବିଜେଡି ଦଳର ଟାଣୁଆ ନେତାମାନେ ଯୋଗ ଦେଇ କାର୍ଯ୍ଯକ୍ରମକୁ ସଫଳ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More