ବହଳଦା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନିର୍ବାଚନ
ରାଇରଙ୍ଗପୁର 02/03/25 ରବିବାର ପୁର୍ବାହ୍ନ ୧୧ ଘଟିକା ସମୟରେ ବହଳଦା ବ୍ଲକ ଅଧିନସ୍ଥ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକଙ୍କ ସାଂଗଠନିକ ନିର୍ବାଚନ ସ୍ଥାନୀୟ ବହଳଦା ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ନଳିନୀ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଉପସ୍ଥିତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରୁ ଶିବନନ୍ଦନ ମହାନ୍ତଙ୍କୁ ସଭାପତି, ପ୍ରଦୀପ କୁମାର ଜୈତିଷୀଙ୍କୁ ଉପ-ସଭାପତି, ସଞ୍ଜୟ କୁମାର ମହାନ୍ତଙ୍କୁ ସମ୍ପାଦକ, ବାହାମୟୀ ହାଁସଦାଃଙ୍କୁ ସହ-ସମ୍ପାଦକ, ଶାନ୍ତନୁ କୁମାର ମହାନ୍ତଙ୍କୁ କୋଷାଧ୍ୟକ୍ଷ, ନଳିନୀ କୁମାର ବେହେରା ଓ ମୀରା ମଲ୍ଲୀକଙ୍କୁ ଉପଦେଷ୍ଟା ପଦରେ ନିର୍ବାଚିତ କରାଯାଇଛି । ତରଙ୍ଗବୀର ମହାନ୍ତ ସଭା ପରିଚାଳନା କରିଥିଲେ ଓ ଶିବ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ









