Search
Close this search box.

ବାଲିଚନ୍ଦ୍ରପୁର ପ୍ରେସ କ୍ଲବ ପକ୍ଷରୁ ଶିକ୍ଷାବିତ୍ ଙ୍କ ବିୟୋଗରେ ଗଭିର ଶୋକ।

ବାଲିଚନ୍ଦ୍ରପୁର ପ୍ରେସ କ୍ଲବ ପକ୍ଷରୁ ଶିକ୍ଷାବିତ୍ ଙ୍କ ବିୟୋଗରେ ଗଭିର ଶୋକ। ବାଲିଚନ୍ଦ୍ରପୁର।୦୮/୧୨ ବଡଚଣା ବ୍ଲକ୍ ପଲେଇ ଗ୍ରାମର ଶିକ୍ଷାବିତ୍ ତଥା ସାଇ ପ୍ରେମୀ ସୁରେନ୍ଦ୍ର ନାଥ ଭୁୟାଁ ଙ୍କ ପରଲୋକରେ ବାଲିଚନ୍ଦ୍ରପୁର ପ୍ରେସ କ୍ଲବ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଆଜି ତାଂକ ପଳାଇ ସ୍ଥିତ ବାସଭବନ ରେ ପ୍ରେସ କ୍ଲବ କର୍ୟକର୍ତା ଓ ସଦସ୍ୟ ମାନେ ପହଞ୍ଚି ସୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦବା ଜଣାଇଥିଲେ।ବାଲିଚନ୍ଦ୍ରପୁର ପ୍ରେସ କ୍ଲବ୍ ର ଅନ୍ୟତମ ମାର୍ଗଦର୍ଶକ ବିଶିଷ୍ଟ ବୌଦ୍ଧ ଗବେଷକ ତଥା ଶିକ୍ଷାବିତ୍ ହରିଶ୍ଚନ୍ଦ୍ର ପୃଷ୍ଟି, ପ୍ରେସ କ୍ଲବ ର ସଂପାଦକ ଏକାଦଶୀ ସେଠୀ,ବରିଷ୍ଠ ସଦସ୍ୟ ଅନିଲ ରାୟ, ପ୍ରତାପ ସେନାପତି , ହରୀ ହର ବଲ୍, ପ୍ରମୁଖ ଯୋଗଡେଇ ସ୍ବର୍ଗତ ଭୂୟାଙ୍କ ବଡପୁଅ ଜିଲ୍ଲା ସଂସ୍କୃତି ପରିଷଦ ସଭ୍ୟ ସାମ୍ବାଦିକ ଶୁଭେନ୍ଦୁ ଭୂୟାଁ, ମଞ୍ଝିଆ ପୁଅ ପ୍ରେସ କ୍ଲବ ର ପ୍ରାକ୍ତନ ସଭାପତି ଶୁମନ୍ତ କୁମାର ଭୂୟାଁ, ସାନ ପୁଅ ସାମ୍ବାଦିକା ସୁଶାନ୍ତ କୁମାର ଭୂୟାଁ ଙ୍କୁ ଏକ ବାର୍ତ୍ତା ମଧ୍ୟମରେ ବାଲିଚନ୍ଦ୍ରପୁର ଅଞ୍ଚଳ ଏକ ଆଧ୍ୟାତ୍ମିକ ବାଦୀ ଓ ବିଶିଷ୍ଟ ଶିକ୍ଷକଙ୍କୁ ହରାଇଲା ବୋଲି ପ୍ରକାଶ କରିବା ସହିତ ଗଭୀର ଶୋକ ପ୍ରକାଶ କରିଥିଲେ। ସମସ୍ତ ପରିବାର ବର୍ଗଙ୍କୁ ଶାନ୍ତ୍ବନା ଜଣାଇଥିଲେ। ଏହି କ୍ରମରେ ପ୍ରେସ କ୍ଲବ ର ସଭାପତି ଜୟନ୍ତ କୁମାର ରାଉତ କାର୍ଯକାରୀ ସଭାପତି ଆଲୋକ ପ୍ରଧାନ ଓ ବରିଷ୍ଠ ସଦସ୍ୟ ନବକିଶୋର ଗୋସ୍ୱାମୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Leave a Comment

Read More