Search
Close this search box.

ଲେଖିକା ସୁଷମା ବାରିକଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବ

ଲେଖିକା ସୁଷମା ବାରିକଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବ
ଓଡ଼ିଆ କବିତାର ଭାଷା ସାଧାରଣ ଲୋକଙ୍କ ଭାଷା ହେବା ଆବଶ୍ୟକତା ଜରୁରୀ
ବାଲିଚନ୍ଦ୍ରପୁର 01/12ବାଲିଚନ୍ଦ୍ରପୁର ନିକଟସ୍ଥ ମାହାଙ୍ଗାସ୍ଥିତ ମାହେଶ୍ୱରୀ ମଣ୍ଡପ ଠାରେ ମାହାଙ୍ଗା ସାହିତ୍ୟ -ସଂସ୍କୃତି ପରିଷଦ ଅନୁକୁଲ୍ୟରେ ସୁଲେଖିକା ସୁଷମା ବାରିକ ତିନିଗୋଟି କବିତା /ଗୀତିକବିତା (ଏକା ଏକା ଆଶାବତୀ ,ମଧୁ ମୂର୍ଚ୍ଛନା ଓ ପୁଣି କେବେ )ପୁସ୍ତକ ଏବଂ ଗଳ୍ପ ବହି (ଶ୍ରାବଣ ରାତିର ଜ୍ୟୋସ୍ନା )ର ଉନ୍ମୋଚନ ଉତ୍ସବ ମାହେଶ୍ୱରୀ ମଣ୍ଡପ ପରିସରରେ ପରିଷଦର ସଭାପତି ପ୍ରଫେସର ଡ଼ଃ ଭୁବନାନନ୍ଦ ସାହୁଙ୍କ ପୌରୋହିତ୍ୟରେ ଆଜି ପୂର୍ବାହ୍ନ 10.୩୧ମିନିଟ ସମୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବକୁ ପ୍ରଦୀପ ଜାଳି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ପ୍ରଧାନ ଶିକ୍ଷକ ସାରଦା ପ୍ରସାଦ ମିଶ୍ର I ମୁଖ୍ୟ ଅତିଥିଭାବେ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରାଧ୍ୟାପକ କବି ଡ଼ଃ ଜଚିନ୍ଦ୍ର କୁମାର ରାଉତ ଯୋଗଦେଇ ଗ୍ରାମାଞ୍ଚଳର ଗ୍ରାମୀଣ ପରିବେଶରେ ସୁଲେଖିକା ସୁଷମା ବାରୀକଙ୍କର ଉପରୋକ୍ତ ଚାରିଗୋଟି ପୁସ୍ତକ ଉନ୍ମୋଚନ ହେବା ଶୁଭଙ୍କର ବୋଲି ପ୍ରକାଶ କରି ଓଡ଼ିଆ କବିତାର ଭାଷା ସାଧାରଣ ଲୋକଙ୍କର ଭାଷା ହେବା ଆବଶ୍ୟକତା ଜରୁରୀ ବୋଲି ପ୍ରକାଶ କରିଥିଲେ I ତେବେ ମା ସୁଷମା ବାରିକଙ୍କ ତିନୋଟି କବିତା ପୁସ୍ତକ ଓ ଗୋଟିଏ କଥା ପୁସ୍ତକ ସରଳ ସାବଲୀଳ ଓ ପାଠକୀୟ ସ୍ୱୀକୃତି ନିଶ୍ଚୟ ବେଶ ଆଦୃତି ଲାଭ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ I ବିଶିଷ୍ଟ ଅତିଥିଭାବେ କବି ଅଶୋକ କୁମାର ସାମଲ ,ବରଣ୍ୟ ଅତିଥି ଭାବେ ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡ଼ଃ ସୁଷମା ରାଣୀ କର ,ଆଲୋଚକ ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ପବିତ୍ର କୁମାର ସାହୁ ,ଜବାହାରଲାଲ ନେହୁର ମହାବିଦ୍ୟାଳୟ କୁଆଁପାଳ ଅଦ୍ୟପୀକା ବିଜୟଲକ୍ଷ୍ମୀ ମିଶ୍ର ,ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟ , erkana ର ଅଧ୍ୟାପିକା ତୁଳସୀ ରାଉତ ,ନିକିରାଇ ମହାବିଦ୍ୟାଳୟ ,ନିକିରାଇ କେନ୍ଦ୍ରାପଡ଼ାର ଅଧ୍ୟାପକ ଦିଲ୍ଲୀପ କୁମାର ସ୍ୱାଇଁ,ଆଡ଼ଭୋକେଟ କମଳାକାନ୍ତ କର ଯୋଗଦେଇ ସୁଷମା ବାରିକଙ୍କ ଲିଖିତ ଚାରିଗୋଟି ପୁସ୍ତକ କୁ ସମୀକ୍ଷା କରି କବିତା ସର୍ବଦା ପାଠକଙ୍କ ମନ ହୃଦୟକୁ ଛୁଇଁ ପାରିଲେ କବିତା ସାର୍ବଜନୀନ ହେବ ବୋଲି ମତଦେଇଥିଲେ I ପ୍ରାରମ୍ଭରେ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିଲେ ମାହାଙ୍ଗା ସାହିତ୍ୟ -ସଂସ୍କୃତି ପରିଷଦର ସାଧାରଣ ସଂପାଦକ ନାଟ୍ୟକାର ଭାବଗ୍ରାହୀ ଦାସ ,ଅତିଥି ପରିଚୟ ପ୍ରଦାନ କରିଥିଲେ ତ୍ରିଲୋଚନ ଦାଶ I ଏହି ଉତ୍ସବରେ ପରିଷଦର ସାଂସ୍କୃତିକ ସଂପାଦକ ଭୂପେନ ଚାଟାର୍ଜୀ ଙ୍କୁ ଲେଖିକା ସୁଷମା ମିଶ୍ର ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ I ଧନ୍ୟବାଦ ଦେଇଥିଲେ ତାପସ କୁମାର ବାରିକ I ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅରୁଣ କୁମାର ବାରିକ ,ସୁକାନ୍ତ ନନ୍ଦ ,ସାମ୍ବାଦିକ ଏକାଦଶୀ ସେଠି ,ମାତୃପ୍ରସାଦ ସାହୁ ,ଝରାଶ୍ରୀ ଦାସ,ସତ୍ୟଭାମା ପାତ୍ର ,କବି ଲବଙ୍ଗଲତା ରାଉତ ,ଗୀତାଞ୍ଜଳି ନାୟକ ପ୍ରମୁଖ ବହୁ କବି ସାମ୍ବାଦିକ ଓ ପ୍ରଜ୍ଞ୍ୟାବିତ ଯୋଗଦେଇଥିଲେ I

Leave a Comment

Read More