Search
Close this search box.

ଜାତୀୟ ମହିଳା ଦିବସ ପାଳିତ //

ଜାତୀୟ ମହିଳା ଦିବସ ପାଳିତ //

ରାଇରଙ୍ଗପୁର, 8 ମାର୍ଚ୍ଚ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମ୍ମାନ ଓ ଉତ୍ସାହ ସହିତ ଜାତୀୟ ମହିଳା ଦିବସ ପାଳିତ ହୋଇଛି। ରାଇରଙ୍ଗପୁରର ରେଡି ଭୋଲୁଣ୍ଟିୟାର୍ସ ଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମଟି, ଆୟୋଜିତ ହୋଇଥିଲା ଓ ଏହା ଏକ ସ୍ମରଣୀୟ ଦିବସ ଓ ଆଜିର ଆହ୍ବାନ ମହିଳାମାନେ କିପରି ସମାଜର ପ୍ରତ୍ୟେକ କ୍ଷେତ୍ରରେ ଉପକୃତ ହେବେ ଓ ତିଙ୍କ ବଳିଦାନ ସମ୍ପର୍କରେ ପ୍ରଶଂସା କରାଯାଇଥିଲା।
ଏହି ଅବସରରେ, ଡ଼. ଦିଗମ୍ବର ଗିରି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉତ୍ସାହବର୍ଦ୍ଧକ ବକ୍ତବ୍ୟରେ ମହିଳାମାନଙ୍କ ଅବଦାନ ସମାଜରେ କୀପରି ମୁଖ୍ୟ ଭୂମିକା ଓ ସମାଜିକ ସମତା ପାଇଁ ନାରୀମାନଙ୍କ ଭୂମିକା ରହିଛି ସେ ବିଷୟରେ ବକ୍ତବ୍ଯ ପ୍ରଦାନ କରି କହିଥିଲେ, “ମହିଳାମାନେ ପ୍ରତ୍ୟେକ ସମୃଦ୍ଧ ସମାଜର ଆଧାର, ଏବଂ ସେମାନଙ୍କର ଶକ୍ତି ପରିବାର ଓ ସମୁଦାୟ ପାଇଁ ବଳିଦାନ ଅନନ୍ଯ ଅଟେ ବୋଲି ଦୃଢୋକ୍ତି କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ବକ୍ତା ବିଜୟ ରାମ ମହିଳା ସଶକ୍ତିକରଣ ବିଷୟରେ ତାଙ୍କର ମୂଲ୍ୟବାନ ବକ୍ତବ୍ଯ ପ୍ରଦାନ କରିଥିଲ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଥିଲେ ପ୍ରୀତି ରାଜ, ତୋପାଇ, ବେହେରା,ଅଦିତ୍ୟ ବଳ, ଶୁଭଙ୍କର ମହାନ୍ତ, ଆର୍ୟନ ମହାକୁଡ, ରୀତା ବିନ୍ଧାଣୀ, ପୂଜା ମହାକୁଡ, ପ୍ରେମାନନ୍ଦ ବେହେରା, ଦୁର୍ଗା ମଣି ପାତ୍ର ଓ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ। ପ୍ରୀତି ରାଜ ସଭରକରଙ୍କ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମର ଶେଷରେ ଧନ୍ୟବାଦ ଜଣାଇଥିଲେ ରୀତା ବିନ୍ଧାଣୀ । ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More