କନ୍ଧମାଳ : ଟିଟ୍ରାପଙ୍ଗା ସ୍ୱାସ୍ତ୍ୟକେନ୍ଦ୍ର ତଦାରଖ କଲେ ସେଣ୍ଟ୍ରାଲ ଟିମ୍..
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଟିଟ୍ରାପଙ୍ଗା ପଞ୍ଚାୟତ ନିକଟ ରେ ଥିବା ଟିଟ୍ରାପଙ୍ଗା ସ୍ୱାସ୍ତ୍ୟ କେନ୍ଦ୍ର ରେ ସେଣ୍ଟ୍ରାଲ ଟିମ୍ ପହଁଚି ତଦାରଖ କରିଥିବା ଦେଖିବାକୁ ମିଳିଛି l ସେଣ୍ଟ୍ରାଲ ଟିମ୍ ଅଧ୍ୟକ୍ଷ ପି କେ ଦାସ୍ ମହୋଦୟ ଙ୍କ ତଦାରଖ ସମୟରେ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମହୋଦୟ, ଜିଲ୍ଲା ସ୍ୱାସ୍ତ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ସ୍ୱାସ୍ତ୍ୟ ଅଧିକାରୀ, ଡି ପି ଏମ୍ ଓ ଏବଂ ଡି ଏମ୍, ଆର୍, ସି, ଏଚ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ଟିଟ୍ରାପଙ୍ଗା ର ମହିଳା ସ୍ୱାସ୍ତ୍ୟକର୍ମୀ ଆରତୀ ସାହୁ, ଗୋଷ୍ଠି ସ୍ୱାସ୍ତ୍ୟ ଅଧିକାରୀ ବିଷ୍ନୁପ୍ରିୟା ମୁଖି , ପୁରୁଷ ସ୍ୱାସ୍ତ୍ୟ କର୍ମୀ ଶରତ ତ୍ରିପାଠୀ ଉପସ୍ତିତ ରହି ସେଣ୍ଟ୍ରାଲ ଟିମ୍ ଙ୍କ ତଦାରଖ ସମୟରେ ସହଯୋଗ କରିଥିଲେ l ଉପସ୍ଥିତ ଥିବା ସ୍ୱାସ୍ତ୍ୟ କର୍ମୀ ମାନଙ୍କୁ ଜନ ସାଧାରଣ ଲୋକ ଵା ରୋଗୀଙ୍କୁ କିପରି ସ୍ୱାସ୍ତ୍ୟ ସେବା ଯୋଗାଇ ଦିଆଯାଉଛି ସେ ଉପରେ ପଚାରି ବୁଝିଥିଲେ l ବାର ପ୍ରକାର ର ସେଭିକ୍ସ ପକେଜ୍ ଦେବା ସହିତ ରୋଗୀ ମାନଙ୍କୁ ଉତ୍ତମ ମାନର ସ୍ୱାସ୍ତ୍ୟ ସେବା ଯୋଗାଇ ଦିଆଯାଉଥିବା କହିଥିଲେ ଟିଟ୍ରାପଙ୍ଗା ସ୍ୱାସ୍ତ୍ୟ କେନ୍ଦ୍ର ର କାର୍ଯ୍ୟରତ ମହିଳା ସ୍ୱାସ୍ତ୍ୟ କର୍ମୀ l କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ରେ ୱାର୍କଲୋର୍ଡ କାମୁଥିବା କହି ଟିଟ୍ରାପଙ୍ଗା ସ୍ୱାସ୍ତ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ମାନଙ୍କ ଭଲ କାମ ଦେଖି ଖୁସି ସାଧୁବାଦ ଜଣେଇଥିଲେ l









