Search
Close this search box.

ସାହସପୁର ମହାବିଦ୍ୟାଳୟ ସମାଜବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନା ଚକ୍ର

ସାହସପୁର ମହାବିଦ୍ୟାଳୟ ସମାଜବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନା ଚକ୍ର.
ବାଲିଚନ୍ଦ୍ରପୁର ତା ୨୧/୧୧ବଡ଼ଚଣା ବ୍ଲକ ଅନ୍ତର୍ଗତ ସାହସପୁର ମହାବିଦ୍ୟାଳୟ ପରିସରରେ ସମାଜ ବିଜ୍ଞାନ ବିଭାଗ ଦ୍ବାରା ଆୟୋଜିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭ ରେ ଅନୁଷ୍ଠିତ ସଭାରେ ବିଭାଗ ମୁଖ୍ୟ ପ୍ରଫେସର ସରୋଜ ରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିଲା। କଲେଜର ଅଧ୍ୟକ୍ଷ ପ୍ରଫେସର ଶ୍ୟାମସୁନ୍ଦର ପଲେଇ, ଅର୍ଥନୀତି ବିଭାଗୀୟ ମୁଖ୍ୟ ବିଶ୍ଵତୋଷ ନାୟକ, ଅଧ୍ୟାପକ ପ୍ରଫେସର ସଂଗ୍ରାମ କିଶୋର ପରିଡ଼ା, ଅଧ୍ୟାପକ ଓ ବିଭାଗୀୟ ଆଲୋଚନା ଚକ୍ର ସଂଯୋଜକ ଡ. ଜୟଦେବ ଶତପଥୀ, ଅଧ୍ୟାପିକା ଶତାବ୍ଦୀ ବଳ ଯୋଗ ଦେଇ ଅଭିଭାଷଣ ରଖିଥିଲେ। ଅଧ୍ୟାପକ ପ୍ରଫେସର ସଂଗ୍ରାମ କିଶୋର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହା ପରେ ମୁଖ୍ୟ ଆଲୋଚକ ମଧୁପୁର କଲେଜ, କଲଣ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ତୁହିନାଂଶୁ ରଥ ଯୋଗ ଦେଇ ‘ମ୍ୟାରିଟାଲ୍ ଷ୍ଟାଟସ୍ ଆଣ୍ଡ ଲାଇଫ ସାଟିସଫେକ୍ସନ : ଏ ଷ୍ଟଡି ଅଫ ଜେଣ୍ଡର ବେଷଡ ଭାରିଏସନ ଏମଙ୍ଗ ରୁରାଲ ଏଲ୍ଡ଼ରଲି ପର୍ଶନସ’ ଶୀର୍ଷକରେ ବିଶଦ ଭାବେ ଆଲୋଚନା କରିଥିଲେ। ଏହା ପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଏହା ପରେ ଅଧ୍ୟକ୍ଷ ତାଙ୍କୁ ପୁଷ୍ପ ଗୁଛ, ଉତ୍ତରୀୟ, ଓ ସ୍ମୃତି ଫଳକ ଦେଇ ସମ୍ମାନିତ କରିଥିଲେ। ଶେଷରେ ଶତାବ୍ଦୀ ବଳ ଧନ୍ୟବାଦ୍ ଦେଇଥିଲେ। କଲେଜର ଅଧ୍ୟାପକ ଡ. ମିଲନ କିଶୋର ଜେନା, ଅଧ୍ୟାପକ ସଞ୍ଜୟ ମଲ୍ଲିକ, ମୁଖ୍ୟ କିରାଣୀ ଶ୍ରୀଯୁକ୍ତ ପି.ବି.ଏସ ପୃଷ୍ଟି ଉପସ୍ଥିତ ଥିଲେ। ବିଭାଗର ଶତାଧିକ ଛାତ୍ର ଛାତ୍ରୀ ଏହି ଆଲୋଚନା ଚକ୍ରରେ ଯୋଗଦେଇ ଅଂଶଗ୍ରହଣ କରିଥିଲେ ।

Leave a Comment

Read More

Verified by MonsterInsights