Search
Close this search box.

ଗଞ୍ଜେଇ ସହ ଧରାପଡିଲେ ଦୁଇ ବଙ୍ଗିୟ ମହିଳା।

ଗଞ୍ଜେଇ ସହ ଧରାପଡିଲେ ଦୁଇ ବଙ୍ଗିୟ ମହିଳା।
———————————–
ଟିକାବାଲି :ତା-୨୨\୧୧\୨୦୨୪;ପ୍ରତିନୀଧି ରମେଶ ପଣ୍ଡା।
କନ୍ଧମାଳ ଜିଲ୍ଲାର ଟିକାବାଲି ଥାନା ଅନ୍ତର୍ଗତ ଟିକାବାଲି ବସଷ୍ଟାଣ୍ଡ ରୁ ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ସମେତ ଦୁଇ ପଶ୍ଚିମବଙ୍ଗ ମହିଳା ଙ୍କୁ ଧରିବା ରେ ସଫଳ ହୋଇଛି ଟିକାବାଲି ପୋଲିସ |ସୂଚନା ଅନୁସାରେ ଆଜି ପୂର୍ବାହ୍ନ ସମୟରେ ଟିକାବାଲି ବସଷ୍ଟାଣ୍ଡ ରେ ଦୁଇ ପଶ୍ଚିମବଙ୍ଗ ମହିଳା ବେ ଆଇନ ଭାବରେ ଗଞ୍ଜେଇ ଧରି ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ ପାଇଁ ଗାଡି ଅପେକ୍ଷା ରେ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଟିକାବାଲି ଥାନା ଏସ ଆଇ ରବୀନ୍ଦ୍ର କୁମାର ହେମ୍ବ୍ରମ ସଦଳବଳେ ସେଠାରେ ପହଞ୍ଚି ସେହି ଦୁଇ ମହିଳା ଙ୍କୁ ଧରିବା ସହିତ ଗଞ୍ଜେଇ କୁ ଜବତ କରି ଟିକାବାଲି ଥାନାକୁ ଆଣିଥିଲେ |ଗିରଫ ଦୁଇ ମହିଳା ହେଲେ ସୋମା ଭକତ (55 )ଓ ସନକମ ସରକାର (58 )ପଶ୍ଚିମ ବଙ୍ଗ ଜବତ ହୋଇଥିବା ଗଞ୍ଜେଇ 12କିଲୋ 400ଗ୍ରାମ ର ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ବୋଲି ଜଣା ପଡିଛି |ଏନେଇ ଟିକାବାଲି ଥାନାରେ କେଶ ନମ୍ବର 190/24 ରେ ଏକ ମାମଲା ୠଜୁ କରି ଦୁଇ ମହିଳା ଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା କେଶ ର ତଦନ୍ତ ଅଧିକାରୀ ଏସ ଆଇ ଅବନୀ ପ୍ରଧାନ ସୂଚନା ଦେଇଛନ୍ତି |

Leave a Comment

Read More