Search
Close this search box.

ବିସ୍ଥାପନା ବିରୋଧରେ ରାଇରଙ୍ଗପୁର ଅଧିନସ୍ତ ନୂଆଗାଁ ଗ୍ରାମବାସୀମାନଙ୍କ ବିକ୍ଷୋଭ ।

ବିସ୍ଥାପନା ବିରୋଧରେ ରାଇରଙ୍ଗପୁର ଅଧିନସ୍ତ ନୂଆଗାଁ ଗ୍ରାମବାସୀମାନଙ୍କ ବିକ୍ଷୋଭ

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ପୁରୁଣାଘାଟୀ ନିକଟବର୍ତ୍ତୀ ନୂଆଗାଁ ଗ୍ରାମବାସୀମାନେ ଦୀର୍ଘଦିନ ଧରି ବସବାସ କରିଆସୁଛନ୍ତି l ସେମାନେ ସରକାରୀ ଜମି ନଂ ୧୧୭୪, କିଶମ ଗୋଚର, ଖାତା ନଂ ୧୫୪ , ମୌଜା ନୂଆଗାଁ ଭାବେ ସ୍ଥାୟୀ ବାସିନ୍ଦା ଅଟନ୍ତି l ସେମାନଙ୍କ ବିରୋଧରେ ୩୦ ଦିନର ସମୟ ଧାର୍ଯ୍ଯ କରାଯାଇ ବିସ୍ଥାପନା ଜାରି କରାଯାଇଛି l ସେମାନେ ଜମିରେ ଘରବାରି କରି ବହୁଦିନରୁ ରହିଆସୁଛନ୍ତି l ସେମାନେ ମଧ୍ଯ ସରକାରଙ୍କ ବିଭିନ୍ନ ଯୋଜନା ଯଥା ରାସନ କାର୍ଡ, ବିଦ୍ଯୁତ୍ ଯୋଗାଣ, ସ୍ବାସ୍ଥ୍ଯ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ଲାଭ ଉଠାଇଛନ୍ତି l ଏଥିରେ ପେସା ଆଇନ କୁ ବଳବତ୍ତର କରାଯାଇ ଗ୍ରାମସଭା ଉପରେ ଜୋର ଦେଇଥିଲେ l ସେମାନେ ମଧ୍ଯ ଗରିବ ଶ୍ରେଣୀୟ ହୋଇଥିବାରୁ ଅନ୍ଯ ସ୍ଥାନରେ ଘର କରିବାକୁ ସକ୍ଷମ ନୁହନ୍ତି l ତେଣୁ ବିସ୍ଥାପନା ନିର୍ଦ୍ଦେଶକୁ ବଢାଯାଉ ବୋଲି ଗ୍ରାମବାସୀ ଦୁଢଦାବୀ କରିଥିଲେ l ଏ ସଂପର୍କରେ ଗ୍ରାମବାସୀ ସ୍ଥାନୀୟ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଦରଖାସ୍ତ କରିଥିଲେ l ପୁଣି ବିସ୍ଥାପନା ପୂର୍ବରୁ ଥଇଥାନ ପାଇଁ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରି କହିଥିଲେ l ପ୍ରାପ୍ତ ସୂଚନା ଅନୁଯାୟୀ, ସେଠାରେ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନା କରାଯିବ ବୋଲି ଗ୍ରାମବାସୀମାନଙ୍କୁ କୁହାଯାଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି l ଯାହା ଫଳରେ ଗ୍ରାମବାସୀମାନେ ଚିନ୍ତିତ ଓ ଭବିଷ୍ଯତ ପାଇଁ ଆଶାବାଦୀ ହୋଇ ପଡିଛନ୍ତି l ଏ ନେଇ ଆଜି ସ୍ଥାନୀୟ ବ୍ଲକ ପଡିଆ ଠାରୁ ବିରାଟ ଶୋଭାଯାତ୍ରା ବାହାରି ଉପଖଣ୍ଡ କାର୍ଯ୍ଯାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଏଥିରେ ମୟୂରଭଂଜ ଜିଲ୍ଲା ପେସା ଗ୍ରାମ ସଭା କୋଡିନେସନ କମିଟୀ ସଭାପତି ପାନଡୁରାମ ହେମ୍ବ୍ରମ, ସଂପାଦକ ନନାରାମ ମୁର୍ମୁ, ହଳଦା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଭାସ ରଂଜନ ହାଁସଦାଃ, ୱାର୍ଡ ନଂ ୯ ୱାର୍ଡମେମ୍ବର ଚାନ୍ଦରାଣୀ ସିଂ, ନୂଆଗାଁ ର ଦଶରଥ ସିଂ, ରାୟ ସର୍ଦ୍ଦାର, ବଦରାମ ସର୍ଦ୍ଦାର, ଶିବଶଙ୍କର ମାଝୀ, ରବୀନ୍ଦ୍ରନାଥ ସିଂ, କ୍ରିଷ୍ଣା ସୋରେନ, ସୁକୁମନ ସର୍ଦ୍ଦାର ଓ ପେସା କମିଟୀ ଯୁବ ସଭାପତି ଦୁଲାରାମ ମୁର୍ମୁ ପ୍ରମୁଖ ନେତୁତ୍ବ ନେଇଥିଲେ l ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More