ଅନ୍ତରୀକ୍ଷ ଚାରିଟେବୁଲ ଟ୍ରଷ୍ଟ ର ଷଷ୍ଠ ତମ ଶାରଦୀୟ ଉତ୍ସବ
କବି ଆନନ୍ଦ କୁମାର ମାଇତିଙ୍କ “ଏବଂ ଏଇଠି” ଓ ଅନ୍ତରିକ୍ଷ ପୁସ୍ତକ ଉନ୍ମୋଚିତ
,,,,,,,,,,,,,,,,,,,,,ବାଲିଚନ୍ଦ୍ରପୁର ତା ୨/୧୧/୨୦୨୪ ଶନିବାର ଦିନ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବନ୍ଦରେଶ୍ୱର ନଙ୍ଗୁଳି ମଠ ଠାରେ ଅନ୍ତରୀକ୍ଷ ଚାରିଟେବୁଲ ଟ୍ରଷ୍ଟ ର ଷଷ୍ଠତମ ଶାରଦୀୟ ଉତ୍ସବ ଶତାଧିକ କବି ସାହିତ୍ୟିକଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ଟ୍ରଷ୍ଟର ସ୍ଥାୟୀ ସଭାପତି ଆନନ୍ଦ କୁମାର ମାଇତି ଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାକୁ ନଙ୍ଗୁଳି ମଠ ର ମଠାଧିସ ପର୍ଶୁରାମ ଦାସ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ସଭାରେ କବି ବୈଜୟନ୍ତୀ ମାଳା ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ୟଙ୍ଗ କବି ଅବାଗିଆ ମୁଖ୍ୟ ବକ୍ତା , ଗୀତାଞ୍ଜଳି ମହାପାତ୍ର ସମ୍ମାନିତ ଅତିଥି , ସତ୍ୟବ୍ରତ ପୁହାଣ ବରେଣ୍ୟ ଅତିଥି , ଅଜୟ କୁମାର ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିବା ବେଳେ , ଗଗନ ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଅନ୍ତରୀକ୍ଷ ର ମ୍ୟାନେଜିଂ ଟ୍ରଷ୍ଟି ଓ ତ୍ରୈମାସିକ ସାହିତ୍ୟ ପତ୍ରିକା ଅନ୍ତରୀକ୍ଷ ସମ୍ପାଦିକା ସ୍ବାଗତ ଭାଷଣ ଦେଇଥିବା ବେଳେ ସାହିତ୍ୟ ଓ ସମାଜ କୁ ନେଇ ଅତିଥି ମାନେ ବହୁ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ । ବ୍ରଜେଶ୍ୱରି ସିଂ ଙ୍କ ପୌରହିତ୍ୟରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ
ଶତାଧିକ କବି କବିତା ଆବୃତ୍ତି କରିଥିଲେ। ଇତିଶ୍ରୀ ଚାଟାର୍ଜୀ , ବିଜୟାଲକ୍ଷ୍ମୀ ମହାପାତ୍ର , କବି ରାଜିବ ଷଢଙ୍ଗୀ, ଅଜୟ ବଳ, , କୁମାର ସୁବ୍ରତ ଦାସ ସଂଯୋଜନା କରୁଥିବା ବେଳେ ଅଦ୍ଭୋକେଟ ମନୋଜ କୁମାର ନାଥ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ , କୁନି ନୃତ୍ୟ ଶିଳ୍ପୀ ରୋସ୍ନି ମଲ୍ଲିକ ଓ ରୋଜାଲିନ ମଲ୍ଲିକ ନୃତ୍ୟ ପରିବେଷଣ କରିଥିଲେ , ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅଦ୍ଭୋକେଟ୍ ନୀଳମାଧବ ସାମଲ ସଂଯୋଜନା କରିଥିଲେ।
ଉତ୍ସବରେ ଅନ୍ତରୀକ୍ଷ ଶାରଦୀୟ ସଂଖ୍ୟା ଉନ୍ମୋଚନ ହେବା ସହିତ କବି ଗାଳ୍ପିକ ଆନନ୍ଦ କୁମାର ମାଇତି ଙ୍କ କବିତା ବହି “ଏବଂ ଏଇଠି” ଉନ୍ମୋଚିତ ହୋଇଥିଲା। ଉତ୍ସବରେ ମହାନ୍ ପ୍ରତିଭା ଧାରି ସ୍ଵପ୍ନାଶୁ ଦାସ, ନାରାୟଣ ପତି , ଭରତ ସାହୁ , ବାପିନା ମଲ୍ଲ, ସୁଧାଂଶୁ ଲେଙ୍କା , ସନ୍ତୋଷୀନି ଦାସ ଗିରି , ନିରୁପମା ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଧନ୍ୟବାଦ୍ ଅର୍ପଣ କରିଥିଲେ ନିରୁପମା ପଣ୍ଡା।
,,,,,









