Search
Close this search box.

ବାଲି ମାଫିଆଙ୍କ ଭୂସ୍ୱର୍ଗ ନାନପୁର।

ବାଲି ମାଫିଆଙ୍କ ଭୂସ୍ୱର୍ଗ ନାନପୁର
ବାଲିଚନ୍ଦ୍ରପୁର ତା୧/୧୧=ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅନ୍ତର୍ଗତ ବାଲିଚନ୍ଦ୍ରପୁର ର ନାନପୁର ବିରୁପା ନଦୀ ପୋଲ ନିକଟରେ କେତେକ ଅସାଧୁ ବାଲି ମାଫିଆ ରିତିମତ ବାଲି ଉତ୍ତୋଳନ କରି ପ୍ରତ୍ଯହ ଶହ ଶହ ଟ୍ରିପ ବାଲି ବିକ୍ରି କରୁଥିବା ର ଦେଖିବାକୁ ମିଳୁଛି। ଏହି ବାଲି ଉତ୍ତୋଳନ ବିରୂପା ନଦୀର ପୋଲ ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଜାତୀୟ ରାଜପଥ ନଂ ୫୩ ର ଅନତି ଦୂରରେ ହେଉଥିବା ଏହି ବେଆଇନ ଚୋରା ବ୍ଯବସାୟ କିପରି ପ୍ରଶାସନିକ ଅଧିକାରୀ ମାନଙ୍କ ନଜର କୁ ଆସୁନାହିଁ ତାହା ସାଧାରଣ ରେ ବିସ୍ମୟ ସୃଷ୍ଟି କରିଛି। ବାଲି ଉତ୍ତୋଳନ ବ୍ଯତୀତ ବେଆଇନ ଗଛିତ ରଖାଯିବା କିପରି ଖଣି ବିଭାଗର ନଜରକୁ ଆସୁନାହିଁ ତାହା ଚିନ୍ତା ର ବିଷୟ।ହଜାର ହଜାର ଘନଫୁଟ ବାଲି ଉତ୍ତୋଳନ କରାଯିବା ଫଳରେ ଏହା ନଦୀ ର ଗତିପଥ ବଦଳାଇ ଦେଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଆହୁରି ମଧ୍ଯ ଏହି ମାଫିଆ ମାନେ ଖୁଲମଖୁଲା ମାଟି ଖନନ କରି ବାର୍ଷିକ ଲକ୍ଷ ଲକ୍ଷ ଇଟା ପ୍ରସ୍ତୁତ କରି ବ୍ଯବସାୟ କରୁଥିବା ର ଦେଖିବାକୁ ମିଳୁଛି। ନାମକୁ ମାତ୍ର ସରକାରୀ ଖଜଣା ପୈଠ କରି ବାଲି, ମାଟି ବ୍ଯବସାୟ କରିବା ଫଳରେ ରାଜସ୍ବ ବିଭାଗ ର କିଛି ତଳିଆ କର୍ମଚାରୀ ଏହି ଚୋରା ବ୍ଯବସାୟ ରେ ମୋଟା ମୁନାଫା କମାଉଥିବା ର ସାଧାରଣ ରେ ଆଲୋଚନା ହେଉଛି। ଖୋଲା ଇଟା ଭାଟି ଉପରେ ସରକାର କଡା ପଦକ୍ଷେପ ନେବାକୁ ରାଜସ୍ବ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ ହେଁ କର୍ମଚାରୀ ମାନେ ଧର୍ମ କୁ ଆଖିଠାର ସଦୃଶ ଚଢାଉ ଓ ଫାଇନ କରିବା ଫଳରେ ଚୋରା ବ୍ଯବସାୟୀ ମାନେ ଅଧିକ ରୁ ଅଧିକ ଉତ୍ସାହିତ ହେଉ ଥିବାର ଦେଖିବାକୁ ମିଳୁଛି। ଚୋରା ଇଟା ବ୍ୟବସାୟ ଉଭୟ ନଦୀ ର କ୍ଷତି କରିବା ସହ ପରିବେଶ ଉପରେ ପ୍ରଭାବ ପକାଉଥିବା ରୁ ତୁରନ୍ତ ଏହି ଉପରେ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି।

Leave a Comment

Read More