ସତ୍ୟ ସେବା କ୍ଲବ ପକ୍ଷରୁ ଭାରତରତ୍ନ ଇନ୍ଦିରାଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ
ବାଲିଚନ୍ଦ୍ରପୁର ତା ୨/୧୧=ବଡଚଣା ବ୍ଲକ ଅନ୍ତର୍ଗତ ପଲାଇ ପଞ୍ଚାୟତ ସ୍ଥିତ ସତ୍ଯସେବା କ୍ଲବ (ମଙ୍ଗଳା ତଳ) ଆନୁକୁଲ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗୀୟା ଇନ୍ଦିରାଗାନ୍ଧୀ ଙ୍କ ଏକଚାଳିଶ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପୂର୍ବତନ ସରପଞ୍ଚ ଦେବେନ୍ଦ୍ର କୁମାର ସାମଲ ଇନ୍ଦିରାଗାନ୍ଧୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ସହିତ ସ୍ବର୍ଗୀୟା ଇନ୍ଦିରାଗାନ୍ଧୀ ଙ୍କ ଦାରିଦ୍ର୍ୟ ଦୂରୀକରଣ ଜନନୀ ଭାବେ ଅଭିହିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ସାମଲ, ଦୀନବନ୍ଧୁ ଧଳ, ଦେବେନ୍ଦ୍ର ସାମଲ, ଜଗବନ୍ଧୁ ସାମଲ, ବିଶ୍ବପ୍ରକାଶ ସାମଲ, ଗଗନ ବିହାରୀ ସାମଲ, ତପନ କୁମାର ସାହୁ , କୁଳମଣି ସାମଲ, ଶିକ୍ଷାବିତ୍ ରତ୍ନାକର ପତି ପ୍ରମୁଖ ଯୋଗଦେଇ ଫଟୋ ଚିତ୍ରରେ ପୁଷ୍ପ ମାଲ୍ଯ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।









