ରାଇରଙ୍ଗପୁର ରେ କାଳୀପୂଜାରେ ଉତ୍ସବ ମୁଖର ସହର ମା ଙ୍କ ରୂପ ଅନେକ l ମା କେତେବେଳେ ଦୁର୍ଗା, କେତେବେଳେ ଲକ୍ଷ୍ମୀ ଅବା ଆଉ ମଧ୍ଯ କେତେବେଳେ ମା କାଳୀ ରୂପରେ ଧରାରେ ଅବତରଣ କରି ଏ ଧରାରୁ ପାପୀତାପୀଙ୍କୁ ନାଶ କରି ଏ ସଂସାରକୁ ରସମୟ, ଲକ୍ଷ୍ମୀବନ୍ତ ଓ ମଧୁମୟ କରିଥିଲେ l ତାଙ୍କର ରୂପ ସିନା ଅନେକ କିନ୍ତୁ ସେ ଏକ ଅଥବା ଆଦିଶକ୍ତି ମାତାଙ୍କର ଅଂଶବିଶେଷ l ଏ ଧରାରୁ ପାପୀତାପୀଙ୍କୁ ନାଶ କରି ଏ ସଂସାରକୁ ସୌନ୍ଦର୍ଯ୍ଯମୟ ଗଢି ତୋଳିଛନ୍ତି l ସାରା ଓଡିଶାରେ ମା କାଳୀଙ୍କ ପୂଜା ଧୁମଧାମରେ ପୂଜା ଆରଧନା ହୋଇଥାଏ l ରାଇରଙ୍ଗପୁର ସହରରେ ମଧ୍ଯ ସ୍ଥାନୀୟ ଦୁର୍ଗାମଣ୍ଡପ ଛକ ନିକଟବର୍ତ୍ତୀ ମା ଦକ୍ଷିଣ କାଳୀ ଏବଂ ରାଇରଙ୍ଗପୁର ଷ୍ଟେସନ ପାଖ ଶ୍ଯାମାକାଳୀଙ୍କ ମୁଣ୍ମୟ ମୂର୍ତ୍ତୀ ବେଶ ମାଧୁର୍ଯ୍ଯମୟ ଥିଲା l ଲାଇଟ ଡେକୋରେସନ ସାଙ୍ଗକୁ ସୁଉଚ୍ଚ ତୋରଣରେ ମାଙ୍କ ଆସ୍ଥାନ ମୁଖରିତ ହୋଇଥିଲା l କମିଟୀ ତରଫରୁ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଅନ୍ନ ପ୍ରସାଦ ବ୍ଯବସ୍ଥା କରାଯାଇଥିଲା l ଅବା କେଉଁଠି ସାଂସ୍କୁତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଭକ୍ତମାନେ ମାଙ୍କ ରୂପ ଦରଶନ କରିବା ସହିତ ମାଙ୍କ ଆଶିଷ କାମନା କରିଥିଲେ l ଏହି ଅବସରରେ କୁଡୁମୀ ସଂପ୍ରଦାୟର ବଡ ପର୍ବ ବାନ୍ଦଣା ପର୍ବ ପାଳନ କରିଥାନ୍ତି l ତା ପରଦିନ ଗୋବର୍ଦ୍ଧନ ପୂଜା ମଧ୍ଯ ବେଶ ଧୁମଧାମରେ ପାଳନ କରିଥାନ୍ତି l ଏହିପରି ଉପଖଣ୍ଡର ସମସ୍ତ ବ୍ଲକରେ ମା କାଳୀ ପୂଜା ଓ ବାନ୍ଦଣା ପର୍ବ ମହା ଆଡମ୍ବର ସହକା ରେ ପାଳନ କରିଥାନ୍ତି l ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ










