କାମେଶ୍ୱର ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ ଓ ମନୋଜ୍ଞ କବିତା ଆସର
ବାଲିଚନ୍ଦ୍ରପୁର ତା୩୧/୧୦=ବାଲିଚନ୍ଦ୍ରପୁର ନିକଟସ୍ଥ କଉଡୁକୋଲ ଠାରେ କାମେଶ୍ଵର ସାହିତ୍ୟ ସଂସଦର ଏକାଦଶତମ ବାର୍ଷିକ ଉତ୍ସବ ଓ ମନୋଜ୍ଞ କବିତା ଆସର ଆଜି ମହାସମାରୋହରେ ସମାହିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ଅଧ୍ଯକ୍ଷତାର କରିଥିଲେ ସଂସଦ ର ସଭାପତି ଡଃ ସୁଧିର ଚନ୍ଦ୍ର ସାମଲ। ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଣୀଧନ ନିର୍ଦ୍ଦେଶକ ତଥା କବି ରତ୍ନାକର ରାଉତ ଯୋଗଦେଇ ଉତ୍ସବ କୁ ପ୍ରଦୀପ ଜାଳି ଉଦଘାଟନ କରି କହିଲେ ଯେ କବିତା ଆତ୍ମା ଆଜି କେବଳ ଗାଆଁ ରେ ଉପଲବ୍ଧ । କବିତା ଏବେ ଗ୍ରାମ୍ଯ ଜୀବନ ର ପାଣି ପବନ, ଚାଲିଚଳନରେ ମିଳୁଛି। ସାହିତ୍ୟ ର ମୂଳ ଭିତ୍ତିଭୂମି ର ଖୋରାକ ଗାଆଁ ଜୀବନର ପ୍ରକୃତିକ ପରିବେଶରେ ଉପଲବ୍ଧ। ଗୋକର୍ଣ୍ଣିକା ସାହିତ୍ୟ ପତ୍ରିକା ର ସମ୍ପାଦକ କବି ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏହି କବିତା ଆସର କୁ ସଂଯୋଜନା କରିଥିଲେ କବୟତ୍ରୀ ବନ୍ଦନା ସାମଲ ଓ ଗଣେଶ୍ଵର ବେହେରା। କବି ଯଚିନ୍ଦ୍ର କୁମାର ରାଉତ, ପୁରୁଷୋତ୍ତମ ପୃଷ୍ଟି, ନିରଞ୍ଜନ ଜେନା, ଡଃ ପ୍ରଶାନ୍ତ କୁମାର ସାହୁ, ଜିତେନ୍ଦ୍ର ବେହେରା, ଅଜୟ ବଳ, ଡଃ ଭାଗ୍ଯଧର ସାହୁ, କାମେଶ୍ଵର ପଣ୍ଡା, ରାମଚନ୍ଦ୍ର ଦାସ, ସୁବାସ ବେହେରା, ବିଷ୍ଣୁ ଦଳାଇ, ଅମ୍ରିତା ସିଂ, ରାଜିବ ଷଢଙ୍ଗୀ, ରୁଦ୍ର ପ୍ରସନ୍ନ ସାମଲ, ଧିରେନ୍ଦ୍ର ମଲ୍ଲିକ, ଚିତ୍ତରଞ୍ଜନ ସିଂ, ଦଶରଥ ସାମଲ, ବିମଳ ପତି, ଡଃ ପ୍ରଫୁଲ୍ଲ କୁମାର ସ୍ବାଇଁ, ସୂବ୍ରତ କୁମାର ଦାସ, ସୁଧୀର ସାମଲ, ପ୍ରମୁଖ ପଚାଶ ରୁ ଉର୍ଦ୍ଧ୍ବ କବି ସ୍ବରଚିତ କବିତା ପାଠ କରିଥିଲେ। ଏହି ଉତ୍ସବ ରେ କବି ଗୌତମ ଜେନା ଙ୍କୁ କବିତା ସମ୍ମାନ, ବିଧୁଭୁଷଣ ପଣ୍ଡା ଙ୍କୁ ଗଲ୍ପ ସମ୍ମାନ ଓ ଭାବଗ୍ରାହୀ ଦାସ ଙ୍କୁ ନାଟ୍ଯ ସମ୍ମାନ ରେ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ମୂଖ୍ୟ ଅତିଥି ସମ୍ମାନିତ କରିଥିଲେ। ସଂସଦ ର ସମ୍ପାଦକ ତଥା ପ୍ରାବନ୍ଧିକ ଲଛମନ ରାଉତ ବାର୍ଷିକ ବିବରଣୀ ପାଠ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥି ପରିଚୟ କରିଥିଲେ କବି ଶୁଣିଲ ସିଂହ। ଧନ୍ୟବାଦ ଅର୍ପଣ କରିଥିଲେ କବି ଚିତ୍ତରଞ୍ଜନ ମହାନ୍ତି। ଏହି ଉତ୍ସବ କୁ ପରିଚାଳନା ରେ ଅପରକାନ୍ତ ନାଏକ, କବିତା ରାଉତ, ମହାଜ୍ଯେତି ରାଉତ, ମେଘଦୂତ ରାଉତ, ଓ ସାମ୍ବାଦିକ ଏକାଦଶୀ ସେଠୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଉତ୍ସବ ରେ ବିଶିଷ୍ଟ ବ୍ଯକ୍ତି ମାନଙ୍କ ମଧ୍ୟରେ କବି ଅଶୋକ ସାମଲ, ଡଃ ଏକାଦଶୀ ପ୍ରଧାନ, କବି ଭକ୍ତ ଚରଣ ସାହୁ, ବିବେକାନନ୍ଦ ରାଏ, ରଣଜିତ ସାହୁ, ଉତ୍କଳ କେଶରୀ ସାମଲ, ବିଳାସ ଚନ୍ଦ୍ର ବାରିକ, ବସନ୍ତ ସାମଲ, ପ୍ରମୁଖ ଯୋଗଦେଇଥିଲେ।









