ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ରାଇରଙ୍ଗପୁର ତା:୨/୧୧/୨୦୨୪ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଶତପଥୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଶ୍ରୀ ଶତପଥୀ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀ ମାନଙ୍କୁ ଦୁର୍ନୀତି ନିବାରଣ ପରିପ୍ରେକ୍ଷୀରେ ସାଧୁତା ର ଶପଥ ପାଠ କରାଇଥିଲେ । ଅଧ୍ୟକ୍ଷ ନିଜ ବକ୍ତବ୍ୟରେ ରାଜ୍ୟ ତଥା ଦେଶ ବିକାଶରେ ସମସ୍ତଙ୍କୁ”ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି”ମୂଳ ମନ୍ତ୍ର ରେ ଦୀକ୍ଷିତ ହେବାକୁ ପରାମର୍ଶ ଦେଇଥିଲେ। ବରିଷ୍ଠ ଅଧ୍ୟାପକ ବିଜୟ କୁମାର ରାମ ସଭାକାର୍ଯ୍ୟ ପରିଚାଳନା କରି ଦୁର୍ନୀତି ନିବାରଣ ର ସଚେତନତା ର ବାର୍ତା ଛାତ୍ରୀ ମାନଙ୍କୁ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ଅବନୀ ନାଏକ, ଅଧ୍ୟାପିକା, ଶୁଭଦର୍ଶୀନୀ ମିଶ୍ର, ଅନିତା ସାମାଡ ପ୍ରମୁଖ ସଚେତନତା ର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଏନ. ଏସ.ଏସ ର ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ। ଶେଷରେ ଏନ୍ ଏସ.ଏସ ର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ରାଜେନ୍ଦ୍ର ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ









