Search
Close this search box.

ସୁଭଦ୍ରା ରଥ କୁ ସ୍ବାଗତ କଲେ ଶତାଧିକ ମହିଳା

ସୁଭଦ୍ରା ରଥ କୁ ସ୍ବାଗତ କଲେ ଶତାଧିକ ମହିଳା
ବାଲିଚନ୍ଦ୍ରପୁର ରାଜ୍ୟ ସରକାରଙ୍କ ର ମହିଳା ମାନଙ୍କୁ ଶସକ୍ତ ଓ ସ୍ବାବଲମ୍ବି କରିବା ଉଦ୍ଦେଶ୍ୟ ନେଇ ଆରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନା ପାଇଁ ମହିଳା ମାନଙ୍କ ମଧ୍ୟରେ ବେଶ୍ ତତ୍ପରତା ପ୍ରକାଶ ପାଇଛି। ଏହି ଯୋଜନାରେ କିପରି ସମସ୍ତ ମହିଳା ସାମିଲ ହୋଇ ପାରିବେ ଏ ନେଇ ଗାଁ ଗାଁ ରେ ସୁଭଦ୍ରା ରଥ ବୁଲୁ ଥିବାର ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ପହଞ୍ଚି ଥିବା ସୁଭଦ୍ରା ରଥ କୁ ଶତାଧିକ ମହିଳା ଉପସ୍ଥିତ ରହି ଏହି ରଥକୁ ସ୍ବାଗତ କରିବା ସହ ଯୋଜନା ର ଆବେଦନ ଲାଭ ସମ୍ପର୍କରେ ସଚେତନ ହେବା ସହ ଆବେଦନ ସମ୍ପର୍କିତ ଆବଶ୍ୟକ ନଥିପତ୍ର ବିଷୟ ରେ ଅବଗତ ହୋଇଥିଲେ। ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଅନୁପମା ବଳ, ମହାସଂଘ ର ସଭାନେତ୍ରୀ ତିଳୋତ୍ତମା ସେନ, ସମ୍ପାଦିକା ପଦ୍ମାବତୀ ମହାନ୍ତି, ଏମ ବି କେ ଦେବଶ୍ରୀ ବିଶ୍ଵାଳ, ସିଆରପି ଲହରିକା ସାହୁ, ପ୍ରମିଳା ଯେନା, ସୁମିତ୍ରା ସେନ, ନମୀତା ସାହୁ, ତପସ୍ବିନୀ ରାଉତରାୟ, ସୁମିତ୍ରା ଦାସ, ଲକ୍ଷ୍ମୀପ୍ରିୟା ସାହୁ, ସରୋଜିନୀ ନାୟକ, ସୁଚିତ୍ରା ମହାରଣା, ଗେଲ୍ହି ଦଳାଇ, ଚିନ୍ମୟୀ ନାଥ, ମମତା ପୃଷ୍ଟି, ମଧୁସ୍ମିତା ସେଠି, କୂନି ସେଠି, ସଜନୀ ସେଠି, ଗିତାଞ୍ଜଳୀ ସେଠି, ପଦ୍ମାବତୀ ବାନା, ପ୍ରମୁଖ ଙ୍କ ନେତୃତ୍ଵରେ ଶତାଧିକ ମହିଳା ଯୋଗଦେଇ ଶଂଖ ହୁଳହୁଳି ଦେଇ ରଥକୁ ବନ୍ଦାପନା କରି ସ୍ବାଗତ କରିଥିଲେ। ଏହି ସୁଭଦ୍ରା ରଥକୁ ସ୍ବାଗତ କରିବା ସମୟରେ ମହିଳା ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।ବାଲିଚନ୍ଦ୍ରପୁର ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଅମିୟ ସାହାଣୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉପସ୍ଥିତ ମହିଳା ମାନଙ୍କୁ ସ୍ବାଗତ କରିବା ସହ ଉତ୍ସାହିତ କରିଥିଲେ।

Leave a Comment

Read More