Search
Close this search box.

କନ୍ଧମାଳ ଜିଲ୍ଲା ସମସ୍ତ ବ୍ଲକ ପୌରପରିଷଦ ବିଜ୍ଞାପିତ ଅଞ୍ଚଳ ପରିଷଦ ସୁଭଦ୍ରା ଯୋଜନା ପଦଯାତ୍ରା ଆରମ୍ଭ

କନ୍ଧମାଳ ଜିଲ୍ଲା ସମସ୍ତ ବ୍ଲକ ପୌରପରିଷଦ ବିଜ୍ଞାପିତ ଅଞ୍ଚଳ ପରିଷଦ ସୁଭଦ୍ରା ଯୋଜନା ପଦଯାତ୍ରା ଆରମ୍ଭ ହେଇଥିବା ବେଳେ ବାଲିଗୁଡ଼ା ବ୍ଲକ୍ ର ସମସ୍ତ ଗ୍ରାମ ପଞ୍ଚାୟତ ବାଲିଗୁଡ଼ା ବ୍ଲକ୍ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସୁଭଦ୍ରା ଯୋଜନା ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଟିକାବାର୍ଲି ବସ ଷ୍ଟାଣ୍ଡ ନିକଟ ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ହାତରେ ପ୍ଲା କାର୍ଡ ଧରି ସୁଭଦ୍ରା ଯୋଜନା ସମ୍ୱନ୍ଧ ରେ ଜନ ସଚେତନତା ସୃଷ୍ଟି କରାଯାଇଛି ସୁଭଦ୍ରା ରଥର ଶୁଭାରମ୍ଭ କରିଥିବାବେଳେ ବ୍ଲକର ଅନ୍ୟ ୧୧ ଗୋଟି ପଞ୍ଚାୟତରେ ସୁଭଦ୍ରା ରଥ ପରିକ୍ରମା କରିଥିଲା । ମିଶନ ଶକ୍ତିର ବିଭିନ୍ନ କ୍ୟାଡ଼ର,ଅଙ୍ଗନୱାଡ଼ି କର୍ମୀମାନେ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ସୁଭଦ୍ରା ରଥକୁ ସ୍ଵାଗତ କରିଥିଲେ ।ସବୁ ସ୍ଥାନରେ ସରପଞ୍ଚ ଗୁଡ଼ିକ ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଲୋକଙ୍କୁ ଏହି ଯୋଜନାର ଲାଭ ତଥା ମହିଳା କିପରି ସ୍ବାବଲମ୍ବୀ ହେବା ସହ ଆତ୍ମନିର୍ଭରଶୀଳ ହୋଇ ପାରିବ ତାହାରି ଉପରେ ବିସ୍ତୃତ ଭାବରେ ବୁଝାଇଛନ୍ତି।

Leave a Comment

Read More