Search
Close this search box.

ବାସନ୍ତୀ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ।

ବାସନ୍ତୀ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ।
ମାହାଙ୍ଗା /ବାଲିଚନ୍ଦ୍ରପୁର 14/09
ମାହାଙ୍ଗା ଶିକ୍ଷାମଣ୍ଡଳର ଅଗ୍ରଣୀ, ଆଦର୍ଶ ବିଦ୍ୟାଳୟ ବାସନ୍ତୀ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ଉତ୍ସବ ମହା ସମାରୋହରେ ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୃତିଲିପସା ସାହୁଙ୍କ ସଭାପତିତ୍ବ ରେ ବିଦ୍ୟାଳୟ ପରିସର ପାଳିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚକ୍ରଧର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ହିନ୍ଦୀ ଭାଷାର ତଥା ଗୁରୁତ୍ଵ ବିଷୟରେ ଏକ ପୁଖ୍ୟାନୁପୁଙ୍ଗ ବିଶ୍ଳେଷଣ କରିଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ବରିଷ୍ଟ ହିନ୍ଦୀ ଶିକ୍ଷକ ତଥା କବି ଧନେଶ୍ଵର ପ୍ରଧାନ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ବଳ, ବରିଷ୍ଟ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ମହି ଉଦ୍ଧିଁନ ଖାନ୍ ଓ ବାସୁଦେବପୁର କ୍ଲଷ୍ଟର ର ସି. ଆର. ସି. ସି ଅଦ୍ୟେତ ବଲ୍ଲଭ ରାଉତରାୟ ହିନ୍ଦୀ ଭାଷାର ଗୁରୁତ୍ଵ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଉତ୍ସବ ଆରମ୍ଭରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ଶ୍ରୀମତି Twinkle Sen ସ୍ଵାଗତ ଭାଷଣ ତଥା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏହା ପରିବେଷଣ କରାଯାଇଥିଲା ଏବଂ ପୂର୍ବରୁ ହିନ୍ଦୀ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକଷୟିତ୍ରୀ ମାନସ କୁମାର ମାଲିକ , ଭାଗିରଧି ଝୋଡ଼ିଆ, ସୋନାଲିତା ରଥ, ଅଜୟ କୁମାର ସେନାପତି, ଲକ୍ଷ୍ମୀ ନାୟକ, ବସନ୍ତ କୁମାର ସିଂହ, ଟୁକୁନା ଦାସ, ଗୋପୀନାଥ କିରସାନି, ପରାୟନି ମାଝୀ, ଦେବେନ୍ଦ୍ର ବଳ, ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷ ରେ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ଶ୍ରୀଯୁକ୍ତ ନରହରି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ତରଫରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Leave a Comment

Read More