ଯଶୀପୁର ଥାନାରେ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ
ମୟରଭଂଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Anchor- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ନାଗରିକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଓ ଅଧିକାର ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଞ୍ଚଳର ପାଖାପାଖି ୧୫୦ ଜଣ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଯଶିପୁର ଥାନା ପରିସରରେ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ସଚେତନ କରିବା ସହ ସମସ୍ତଙ୍କୁ ପରିଚୟ ପତ୍ର ପ୍ରଦାନ କଲେ କରଞ୍ଜିଆ SDPO ସୁବ୍ରତ କୁମାର ଓ ଯଶୀପୁର ଥାନା ଅଧିକାରୀଣି ସଂଯୁକ୍ତା ମହାଲିକ। ସେମାନଙ୍କୁ ବ୍ୟାଙ୍କ୍ ,ରେଳ, ବସ୍ ଷ୍ଟାଣ୍ଡ , ମେଡ଼ିକାଲ ଓ ପାରିବାରିକ କ୍ଷେତ୍ରରେ କିଛି ଅସୁବିଧାର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ପୋଲିସ୍ କିପରି ସହାୟତା କରିବ ସେ ନେଇ ଥାନା ଅଧିକାରୀଣି ସେମାନଙ୍କୁ ସୂଚନା ଦେଇଥିଲେ ।









