Search
Close this search box.

ଲକ୍ଷ୍ମୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ.

: ରାଇରଙ୍ଗପୁର ସହରସ୍ତ ୱାର୍ଡ ନଂ ଚାରି କୁଚେଇବୁଢୀ ଅଧିନସ୍ତ ତଳସାହି ଠାରେ ବିରାଜମାନ ମା ଲକ୍ଷ୍ମୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି l ଗତ ମଙ୍ଗଳବାର ଦଶ ତାରିଖ ଦିନ ଅଙ୍କୁରାରୋପଣ, ବୁଧବାର ଏଗାର ତାରିଖ ଦିନ କଳସ ଜଳଯାତ୍ରା, କଳସ ମଣ୍ଡପ ପ୍ରବେଶ, ଶାଲାମଣ୍ଡପାଦୀ ପୂଜା, ସୂର୍ଯ୍ୟପୂଜା, ଗୁରୁପୂଜା, ଗୋପୂଜା, ଅଗ୍ନି ସଂଯୋଗ, ମହାଲକ୍ଷ୍ମୀଙ୍କ ଷଡୋଶ ପ୍ରଚାର ପୂଜା, ମାଙ୍କ ଆହୁତୀ ପ୍ରଦାନ, ସଂନ୍ଧ୍ୟା ଆରତୀ ଓ ପୁଷ୍ପାଜଳୀ, ଗୁରୁବାର ବାର ତାରିଖ ଦିନ ପ୍ରାତଃ ବେଦପାଠ,ସୂର୍ଯ୍ୟପୂଜା, ଗୁରୁପୂଜା, ଗୋପୂଜା, ଶାଲାମଣ୍ଡ ପାଦିପୂଜା, ମାଙ୍କ ଷୋଡଶ ପ୍ରଚାର ପୂଜା, ଆହୁତୀ ପ୍ରଦାନ, ସଂନ୍ଧ୍ୟା ଆରତୀ ଓ ପୁଷ୍ପାଜଳୀ , ଶୁକ୍ରବାର ଦିନ ପ୍ରାତଃ ବେଦପାଠ, ସୂର୍ଯ୍ୟପୂଜା, ଗୋପୂଜା, ଶାଲାମଣ୍ଡ ପାଦୀପୂଜା, ମାଙ୍କ ଷଡୋଶ ଉପଚାର ପୂଜା, ମାଙ୍କ ସହସ୍ର ମନ୍ତ୍ରେଣ ଆହୁତୀ ପ୍ରଦାନ,ସର୍ବଦେବ ଆହୁତୀ ପ୍ରଦାନ, ପୂର୍ଣ୍ଣାହୁତି, ଆରତୀ, ପୁଷ୍ପାଜଳୀ, ନାମସଂକୀର୍ତ୍ତନ ଓ ପ୍ରସାଦ ସେବନ ଆୟୋଜିତ ହୋଇଥିଲା l ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ କର୍ତ୍ତାକର୍ତ୍ତୀ ସଂଜୟ ସାହୁ ଓ ରୀତାଂଜଳୀ ସାହୁ ପୂଜାଭାର ଗ୍ରହଣ କରିଥିବା ବେଳେ ମୁଖ୍ୟପୂଜକ ଶ୍ରୀନିବାସ ପତି, ପୁରୋହିତ ସୁଧାକର ପତି, ସୁବ୍ରତ ପତି,ସର୍ବେଶ୍ବର ପତି, ରାଜକିଶୋର ପଣ୍ଡା ଓ ପ୍ରମୋଦ ପଣ୍ଡା ଙ୍କ ବେଦମନ୍ତ୍ର ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା l ମାଭଉଣୀ ମାଉସୀମାନଙ୍କର ହୁଳହୁଳି ଓ ଶଙ୍ଖଧ୍ବନିରେ ମାଙ୍କ ଆସ୍ଥାନ ଶତସହସ୍ର ମୁଖରିତ ହୋଇଥିଲା l ମାଙ୍କ ମନଲୋଭା ରୂପ ଓ ସୌନ୍ଦର୍ଯ୍ୟକୁ ଆସ୍ବାଧନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କର ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଥିଲା l ମା କରୁଣାମୟୀ, ଭକ୍ତିମୟୀ ଓ ଦୟାମୟୀ , ଭକ୍ତର ମନୋବାଂଛା ପୂରଣ କରିଥାନ୍ତି l ମନ୍ଦିର କମିଟୀର ଅଧ୍ୟକ୍ଷ ରବି ମହାନ୍ତି, ସଭାପତି ବାବୁଲୁ ମହାନ୍ତ, ଉପସଭାପତି ନିତେଶ ମଲ୍ଲିକ, ସଚିବ ସଂଜୟ ସାହୁ, କ୍ୟାସିୟର ଦିପୁ ଦତ୍ତ, କାର୍ଯ୍ୟକର୍ତ୍ତା ଜୟରାମ ଦାସ,ଆଲୋକ ସାହୁ, ସତୀଶ ଚନ୍ଦ୍ର ବାରିକ, ଅରବିନ୍ଦ ନାଏକ,ଟୁଟୁ ସାହୁ, ବିଶ୍ବଜିତ ମଲ୍ଲିକ, ଯୁବରାଜ ମଲ୍ଲିକ, କିଶୋର ମଲ୍ଲିକ, କଂଗ୍ରେସ ଚନ୍ଦ୍ର ମହାନ୍ତ, ସିତୁ ମାଟିଆ, ସନୁ ବେହେରା, ରାଜେଶ ମଲ୍ଲିକ, ସୌଭାଗ୍ୟ ମହାନ୍ତ,ପ୍ରକାଶ ମହାକୁଡ, ବସନ୍ତ ଦାସ ଓ ସିବୁ ମହାନ୍ତ ପ୍ରମୁଖ ସାହାଯ୍ୟ ଓ ସହଯୋଗ କରିଥିଲେ l ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More

Verified by MonsterInsights