Search
Close this search box.

ସାହସ ପୁର ମହାବିଦ୍ୟାଳୟ ର ପୂର୍ବତନ ପ୍ରଧ୍ୟାପିକା ବିଭାଗୀୟ ମୁଖ୍ୟ ପ୍ରୀୟମ୍ବଦା ମହାନ୍ତି ଙ୍କ ବିୟୋଗ ଶୋକସଭା.


ବାଲିଚନ୍ଦ୍ରପୁର 12। 11

ସାହସ ପୁର ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ର ପୂର୍ବତନ ପ୍ରଧ୍ୟାପିକା ବିଭାଗୀୟ ମୁଖ୍ୟ ପ୍ରିୟମ୍ବଦା ମହାନ୍ତି ଙ୍କ ବିୟୋଗ ଗତ କାଲି ବୁଧବାର ସନ୍ଧ୍ୟା 6 ଘଟିକା ସମୟ ରେ କଟକ ବଡ଼ ଡ଼ାକ୍ତରଖାନାରେ ହୃଦ୍ ଶଲ୍ୟ ବିଭାଗ ଚିକିତ୍ସା ଅବସ୍ଥା ରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସାହସ ପୁର ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ପ୍ରକୋଷ୍ଠ ରେ ଭାରପ୍ରାପ୍ତ ଅଧ୍ୟକ୍ଷ ସରୋଜ ରଜନ ଜେନା ଙ୍କ ଆହୋନ କ୍ରମେ ଏକ ଶୋକସଭା ଶ୍ରୀ ଜେନା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଏହି ଶୋକସଭା ରେ ଅବସର ପ୍ରାପ୍ତ ପ୍ରଧ୍ୟାପକ କିଶୋରଚନ୍ଦ୍ର ବେହୁରା, ବିଶ୍ୱତୋଷ ନାୟକ, ସତ୍ୟାନନ୍ଦ ନାୟକ, ଡ ମିଲନକିଶୋର ଜେନା, ପ୍ରଦୀପକୁମାର ବିଶ୍ବାଳ, ସଂଗ୍ରାମ ପରିଡା, ଦିଲ୍ଲୀପ ସାମଲ,ପି. ବି. ଏସ ପୃଷ୍ଟି, ସଞ୍ଜୟ କୁମାର ସାହୁ, ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଗଣ ଯୋଗ ଦେଇ ସ୍ୱର୍ଗତା ପ୍ରିୟମ୍ବଦା ମହାନ୍ତି ଙ୍କ ବହୁ ମୁଖୀ ପ୍ରତିଭାର ଗୁଣ ଗାନ କରି ତାଙ୍କୁ ଜଣେ କଲେଜ୍ ର ପରମ ହିତା କଂକ୍ଷୀ ଉନ୍ନୟନ କ୍ଷେତ୍ର ରେ ସମ୍ପର୍କ ରେ ମହତ୍ତ୍ଵ ପୂର୍ଣ୍ଣ ଭୂମିକା ର ସ୍ମୃତି ଚାରଣ କରିଥିଲେ। ପାରମ୍ଭର ରେ ଦିବଂଗତ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

Leave a Comment

Read More