Search
Close this search box.

ଶ୍ରୀ ରାଧାଷ୍ଠମୀରେ ରାଇରଙ୍ଗପୁର ସହର ଉତ୍ସବମୁଖର .

ଶ୍ରୀ ରାଧାଷ୍ଠମୀରେ ରାଇରଙ୍ଗପୁର ସହର ଉତ୍ସବମୁଖର ଆଙ୍କର : ରାଇରଙ୍ଗପୁର ହେଉଛି କଳାର ସହର l ଏଠାରେ କଳାକାରମାନେ ନିଜର ହୃଦୟସ୍ପର୍ଶୀ ସଂଗୀତରେ ଲୋକମାନଙ୍କୁ ଆକୃଷ୍ଟ କରିଥାନ୍ତି l ରାଇରଙ୍ଗପୁର ସତ୍ୟନାରାୟଣ ମନ୍ଦିରରେ ରାଧେ ରାଧେ ଭଜନ ମଣ୍ଡଳୀଙ୍କ ଦ୍ବାରା ସୁଲଳିତ କଣ୍ଠରେ ସଂଗୀତ ଗାନ କରି ଲୋକମାନଙ୍କୁ ଆତ୍ମବିଭୋର କରିଥିଲେ l ପବିତ୍ର ରାଧାଷ୍ଠମୀ ଅବସରରେ ସେଠାରେ ଭବ୍ୟ କାର୍ଯ୍ୟକ୍ରମ ରାଧେ ରାଧେ ଭଜନ ମଣ୍ଡଳୀ ତରଫରୁ ଆୟୋଜିତ ହୋଇଥିଲା l ଗତ କିଛି ଦିନ ହେବ ଉକ୍ତ ମନ୍ଦିରରେ ଭଜନ , ଆରତୀ ସାଙ୍ଗକୁ ପ୍ରସାଦ ସେବନ ବ୍ୟବସ୍ଥା କମିଟୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ଆଜି ପବିତ୍ର ରାଧାଷ୍ଠମୀ ପାବନ ଦିନରେ ମନ୍ଦିରକୁ ସୁସଜ୍ଜିତ କରିବା ସହିତ ଲାଇଟ ଓ ଡେକୋରେସନ ରେ ମନ୍ଦିର ର ଶୋଭା ଦ୍ବିଗୁଣିତ ଦେଖାଯାଇଥିଲା l ସନ୍ଧ୍ୟା ସମୟରେ ଶ୍ରୀ ରାଧାକୃଷ୍ଣ ଙ୍କୁ ସୁନ୍ଦର ବେଶଭୂଷାରେ ସଜ୍ଜିତ କରାଯାଇଥିଲା l ପୁରୋହିତଙ୍କ ମନ୍ତ୍ର ଓ ଆରତୀରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା l ଏହା ସହିତ ରାଧେ ରାଧେ ଭଜନ ମଣ୍ଡଳୀଙ୍କ ଶ୍ରରାଧା ରାଣୀ ଓ ଶ୍ରୀକୃଷ୍ଣଙ୍କ ଲଳିତ ସୁମଧୁର ସଂଗୀତରେ ଦେଖଣାହାରୀ ବିମୋହିତ ହୋଇପଡିଥିଲେ l ଯିଏ ସେଠାକୁ ଯାଇଛି , ପ୍ରଭୃଙ୍କ ସ୍ତୁତିରେ ତଲ୍ଲୀନ ହୋଇପଡିଛି l ସତରେ ଶ୍ରୀରାଧାକୃଷ୍ଣଙ୍କ ନାମରେ କି ରସ ଅଛି, କି ଭାବ ଅଛି, ଯାହାକୁ ଶୁଣିଲେ କର୍ଣ୍ଣ ଓ ନାସା ପବିତ୍ର ହୋଇଥାଏ l ସେଠାରେ ଭଜନ ହେବା ସହିତ ତା ପାଖାପାଖି ଅଂଚଳ ମଧ୍ୟ ସଂଗୀତରେ ମୁଖରୀତ ହେଉଥିବା ଭଳି ପରିଦୃଶ୍ୟମାନ ହେଉଥିଲା l ସତରେ ଆଜିର ଦିନରେ ଭକ୍ତ ଓ ଭଗବାନ ଏକାକାର ହେବାଭଳି ଜଣାପଡିଛି l ଶ୍ରୀରାଧାକୃଷ୍ଣ ଦୁଇଟି ଶବ୍ଦର ଅର୍ଥ ହେଲେ ହେଁ ସେ ହେଉଛନ୍ତି ଲୀଳାମୟ, ରସମୟ, ଭାବମୟ ଓ ସଂସାରର ଯଶଖ୍ୟାତି ଅମାପଭଣ୍ଡାର l ତାଙ୍କୁ ଯିଏ ଯେମିତି , ଯେଉଁ ରୂପରେ ଡାକିଛି, ସେ ତାଙ୍କର ଦୁଃଖ ନିବାରଣ କରିଛନ୍ତି l ଧନ୍ୟ ସେ ଠାକୁର, ଧନ୍ୟ ତାଙ୍କର ଲୀଳା l ଆଜି ରାଇରଙ୍ଗପୁର ବାସୀ ମଧ୍ୟ ଧନ୍ୟଧାନ୍ୟ ହୋଇପଡିଛନ୍ତି, ତାଙ୍କର ଗୁଣକିର୍ତ୍ତନରେ l ତାଙ୍କ ବିଷୟରେ ଯେତେ କହିଲେ କମ୍ ହେବ l ଆଜିର ଶ୍ରୀରାଧାଷ୍ଠମୀରେ ମନ୍ଦିରକମିଟୀ, ଭଜନକମିଟୀଙ୍କୁ ଅତିବଡୀ ସମ୍ମାନର ଅଧିକାରୀ ବୋଲି ସ୍ଥାନୀୟ ଲୋକେ ମନ୍ତବ୍ୟ ପ୍ରକାଶକରିଛନ୍ତି l ତାଙ୍କର ପୟାସରେ ରାଇରଙ୍ଗପୁର ରେ ଭବ୍ୟ କାର୍ଯ୍ୟକ୍ରମକୁ ଶତସହସ୍ର ପ୍ରଣତି ଜଣାଇଛନ୍ତି l ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More