ରାଇରଙ୍ଗପୁର ସହରାଅଂଚଳରେ ଗଡିଲା ସୁଭଦ୍ରା ଯୋଜନା ସଚେତନତା ରଥ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ଫର୍ମ ଆବେଦନ ଚାଲିଛି l ଲୋକେ ଭ୍ରାନ୍ତ ଧାରଣାରେ ବୁଡି ନ ରହି ସମସ୍ତ ହିତାଧିକାରୀ ସୁଭଦ୍ରା ଯୋଜନାର ଲାଭ ଉଠାଇପାରିବେ, ଏ ନେଇ ରାଜ୍ୟ ସାରା ସୁଭଦ୍ରା ଯୋଜନା ସଚେତନତା ରଥ ଘୁରିବୁଲୁଛି l ଏ ପରିପ୍ରେକ୍ଷୀ ରାଇରଙ୍ଗପୁର ମ୍ୟୁନିସିପାଲିଟିର ପନ୍ଦର ଟି ୱାର୍ଡ କୁ ନେଇ ସୁଭଦ୍ରା ସଚେତନତା ରଥ ମ୍ୟୁନିସିପାଲିଟି ପରିସରରେ ମାନ୍ୟବର ସାଂସଦ ନରଚରଣ ମାଝୀଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି l ସେ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଏଥିରେ ରାଇରଙ୍ଗପୁର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷା ମମିତା ଚୌଧୂରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ପାରିଷଦ ବର୍ଗ ଓ ସ୍ବୟଂ ସହାୟକ ଗୋଷ୍ଠୀର ଭଉଣୀମାନେ ଉପସ୍ଥିତ ଥିଲେ l ଏହି ସୁଭଦ୍ରା ଯୋଜନା ପାଇଁ ଶେଷ ତାରିଖ ନାହିଁ l ସମସ୍ତ ଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ l ଏଥିରେ ବର୍ଷକୁ ଦଶହଜାର ଅର୍ଥାତ୍ ଛଅମାସକୁ ପାଂଚ ହଜାର ପୁଣି ଆଉଥରେ କିସ୍ତି ପାଂଚ ହଜାର ସରକାର ପ୍ରଦାନ କରିବେ l ଏହିପରି ପାଂଚ ବର୍ଷକୁ ପଚାଶ ହଜାର ପାଇପାରିବେ l ଏଥିପାଇଁ କୌଣସି ଆବେଦନ ଖର୍ଛ ଜନ ସେବା କେନ୍ଦ୍ରରେ ଦାବୀ କରିପାରିବେ ନାହିଁ l ଏହି ଯୋଜନା ସଂପୂର୍ଣ୍ଣ ମାଗଣା ଅଟେ l ଯଦି ଯିଏ ଏହା ପାଇଁ ଆବେଦନ ଖର୍ଚ୍ଚ ଦାବୀ କରିଥାଏ, ତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ









