Search
Close this search box.

ବିରୂପା ନଦୀ ରେ ବୁଡ଼ି ଜଣେ ମୃତ ଜଣେ ନିଖୋଜ.

ବିରୂପା ନଦୀ ରେ ବୁଡ଼ି ଜଣେ ମୃତ ଜଣେ ନିଖୋଜ
ବାଲିଚନ୍ଦ୍ରପୁର,୧୧/୯ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନାନପୁର ଗ୍ରାମ ନିକଟ ରେ     ବୁଧବାର ବିରୂପା ନଦୀ ରେ ବୁଡ଼ି ଜଣ ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ମୃତକ ଜଣକ ହେଲେ ଭୁବନେଶ୍ୱର ଅଞ୍ଚଳ ର ଅଭିଷେକ ପାତ୍ର (୨୬)। ନିଖୋଜ ବ୍ୟକ୍ତି ଜଣକ ହେଲେ ଅଭିଷେକ ର ସାଙ୍ଗ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପଛପଡ଼ା ର ଜ୍ୟୋତି ରଞ୍ଜନ ପାଢ଼ୀ (୨୩)।ଚଣ୍ଡିଖୋଲ ଓ କୁଆଁପାଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଜାରୀ ରଖିଛନ୍ତି ସୂଚନା ଅନୁଯାୟୀ ପତରାଜ ପୁର ଗ୍ରାମ ର ବ୍ରଜ ସିଂହ ନାନପୁର ଗ୍ରାମରେ ଘର ଭଡା ନେଇ ରହୁଛନ୍ତି। ବ୍ରଜ ଙ୍କ ଶାଳକ ଜ୍ୟୋତି ରଞ୍ଜନ ଓ ତାର ସାଙ୍ଗ ଅଭିଷେକ ମଙ୍ଗଳ ବାର ଭଉଣୀ ଘର ନାନପୁର କୁ ଆସିଥିଲେ। ବୁଧବାର ଅପରାହ୍ନ ରେ ନିକଟସ୍ଥ ବିରୂପା ନଦୀ କୁ ଗାଧୋଉ ବାକୁ ଉଭୟ ଯାଇଥିଲେ। ଜ୍ୟୋତି ରଞ୍ଜନ ତାର ସାନ ଭଉଣୀ କୁ ଘରୁ ସାମ୍ପୁ ଓ ସାବୁନ ଆଣିବାକୁ ପଠାଇ ଥିଲା। ଏହି ସମୟରେ ଗଭୀର ନଦୀ ଗର୍ଭ କୁ ଉଭୟ ଙ୍କ ଗୋଡ ଖସି ଯାଇଥିଲା। ଭଉଣୀ ସାବୁନ ଆଣି ପହଞ୍ଚିବା ପରେ ଜଣେ ବୁଡି ଯାଉଥିବା ଦେଖି ଡାକ ପକାଇଥିଲା। ସ୍ଥାନୀୟ ଯୁବକ ମାନେ ନଦୀ ରେ ପହଁରି ଜଣକୁ ଉଦ୍ଧାର କରିବା ବେଳକୁ ଅଭିଷେକ ର ମୃତ୍ୟୁ ଘଟିଥିଲା। ଏହାପରେ ଯୁବକ ମାନେ ନଦୀ ଗର୍ଭରେ ପହଁରି ଖୋଜା ଖୋଜି କରିଥିଲେ ମଧ୍ୟ ଜ୍ୟୋତି ରଞ୍ଜନ କୁ ପାଇ ନଥିଲେ। ଦମକଳ ବାହିନୀ ପହଞ୍ଚି ବୋଟ ସାହାଯ୍ୟ ରେ ଜ୍ୟୋତି ରଞ୍ଜନ କୁ ଖୋଜିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ସନ୍ଧାନ ପାଇ ନଥିଲେ।

Leave a Comment

Read More