Search
Close this search box.

ଏଣିକି ପ୍ରତି ମାସରେ ବିଭିନ୍ନ ଜିଲ୍ଲାକୁ ରାଜ୍ୟର ବରିଷ୍ଠ ଶାସନ ସଚିବମାନେ ଦୁଇ-ତିନି ଦିନ.

ଏଣିକି ପ୍ରତି ମାସରେ ବିଭିନ୍ନ ଜିଲ୍ଲାକୁ ରାଜ୍ୟର ବରିଷ୍ଠ ଶାସନ ସଚିବମାନେ ଦୁଇ-ତିନି ଦିନ ପରିଦର୍ଶନରେ ଯାଇ ଗୁରୁତ୍ୱପୂର୍ଣ୍ଣ ଯୋଜନା ଗୁଡିକର କାର୍ଯ୍ୟାନ୍ଵୟନକୁ ତଦାରଖ କରିବେ। ଏହା ଦ୍ଵାରା ପ୍ରଶାସନକୁ ଲୋକାଭିମୁଖୀ ଓ ଅଧିକ ଗତିଶୀଳ କରାଯିବା ସହ ଜନସାଧାରଣଙ୍କୁ ସଠିକ ଭାବରେ ବିଭିନ୍ନ ସେବା ଯୋଗାଇବା ସୁନିଶ୍ଚିତ କରିହେବ।

ଅଧିକାରୀମାନେ ନିଜ ଇଚ୍ଛା ଅନୁସାରେ ଜିଲ୍ଲା ମଧ୍ୟସ୍ଥ ଯେକୌଣସି ସ୍ଥାନକୁ ପରିଦର୍ଶନ ପାଇଁ ଚିହ୍ନଟ କରିବେ। ସେଥି ମଧ୍ୟରେ ଅପହଞ୍ଚ ଓ ଆଦିବାସୀ ବହୁଳ ଅଞ୍ଚଳ ସାମିଲ ରହିବ। ଗସ୍ତ ସମୟରେ ସେମାନେ କୌଣସି ଗୋଟିଏ ଗ୍ରାମ ପଂଚାୟତ ପରିଦର୍ଶନ କରିବେ ଏବଂ ସେହି ପଞ୍ଚାୟତରେ ସରକାରଙ୍କର ବିଭିନ୍ନ ଯୋଜନାରେ ମୌଳିକ ସୁବିଧାଗୁଡିକ ପୂର୍ଣମାତ୍ରାରେ ଉପଲବ୍ଧ ହେଉଛି କି ନାହିଁ, ସେ ସଂପର୍କରେ ତଦାରଖ କରିବେ।

ଅଧିକାରୀମାନେ ଗସ୍ତ ସମୟରେ ଦିନକୁ ଅତି କମରେ ଥରେ (ଧାର୍ଯ୍ୟ ମୂଲ୍ୟ ଦେଇ) ଅନୁସୂଚିତ ଜନଜାତି/ ଅନୁସୂଚିତ ଜାତି ଛାତ୍ରାବାସ କିମ୍ବା ସ୍କୁଲରେ ଆୟୋଜିତ ମଧ୍ୟାନ୍ନ ଭୋଜନରେ କିମ୍ବା ଆହାର କେନ୍ଦ୍ରରେ ଅଥବା ଏକ ଅନାଥ ଆଶ୍ରମରେ ଭୋଜନ କରିବା ସହିତ ଖାଦ୍ୟର ଗୁଣବତ୍ତା ଏବଂ ସେଠାକାର ପରିବେଶ ପରିସ୍ଥିତି ଉପରେ ଦୃଷ୍ଟି ଦେବେ।

ପରିଦର୍ଶନ ସମୟରେ ସଚିବମାନେ ବିଭିନ୍ନ ବର୍ଗର ଜନସାଧାରଣ, ବିଶେଷ ଭାବରେ ଚିକିତ୍ସାଳୟରେ ଥ‌ିବା ରୋଗୀ, ଅଙ୍ଗନଓ୍ୱାଡି ହିତାଧିକାରୀ, ବିଦ୍ୟାଳୟ ଓ ଛାତ୍ରୀନିବାସର ବାଳିକାମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କର ମତାମତ ନେବେ। ଏହି ଗସ୍ତ ମଧ୍ୟରେ ରାଜ୍ୟରେ ଥିବା ୧୬ ଜିଲ୍ଲାର ୨୯ଟି ଆକାଂକ୍ଷୀ ବ୍ଲକ ଅନ୍ତର୍ଭୁକ୍ତ ରହିଛି। #ବିକଶିତଓଡ଼ିଶା

Leave a Comment

Read More