Search
Close this search box.

ଛତିଆ ଠାରେ ପଞ୍ଚାୟତ, ସ୍ତରୀୟ ସଚେତନତା ଓ ଅଭିଯୋଗଶୁଣାଣୀ ଶିବିର .

ଛତିଆ ଠାରେ ପଞ୍ଚାୟତ, ସ୍ତରୀୟ ସଚେତନତା ଓ ଅଭିଯୋଗଶୁଣାଣୀ ଶିବିର (ଫଟୋ)
ବାଲିଚନ୍ଦରପୁର ୪/୯ ବଡଚଣା, ବ୍ଲକ୍ ଅନ୍ତର୍ଗତ ଛଟିଆ ଗ୍ରାମ ପଞ୍ଚାୟତ ପକ୍ଷରୁ ଯାତ୍ରୀ ନିବାସ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗଶୁଣାଣୀ ଶିବିର ଅନୁଷ୍ଟିତ, ହୋଇଯାଉଛି l ଏହି ଶିବିରରେ ୭୯୮ଟି ବ୍ଲକ୍ ସ୍ତରୀୟ ବିଭିନ୍ନ ଅଭିଯୋଗ, ଗ୍ରହଣ କରାଯାଇ ଥିବାବେଳେ ୩୦ଗୋଟି ସମସ୍ୟାର ତତ୍କlଳ, ସମାଧାନ କରାଯାଇଛି l ବିଧାୟକ ଅମର ନାୟକ ଏହି ଶିବିରରେ ଯୋଗଡେଇ, ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅଭିଯୋଗକରିବାକୁ ଆସିଥିବା ଅଭିଯୋଗକରୀ ଙ୍କୁ ଉତ୍ସାହିତ କରି କହିଥିଲେ (ମୁଁ ମୋ କଥା ରଖିଛି ) ଲୋକ ପ୍ରଶାସନ ପାଖରେ ନୁହେଁ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚିଛି ବୋଲି ବିଧାୟକ କହିଥିଲେ l ଏହି ଶିବିରରେ ମୋଟ୍ ୭୯୮ମଧ୍ୟରେ ଭତ୍ତା ୨୨, ଅନ୍ୟାନ୍ୟ ୭୩, ନୂତନ ଘର ଯୋଜନାରେ ୨୦୩, ରାସନ୍ ୭୪, ପାନୀୟ ଜଳ ଯୋଗାଣ ୩୩, ତହସିଲ ସମ୍ବନ୍ଧୀୟ ୩୮୯, ଅଙ୍ଗୱାଡ଼ି ସମ୍ବନ୍ଧୀୟ ୩ଗୋଟି ଆବେଦନ ହୋଇଥିଲା l ଏହି ଶିବିରରେ ପଞ୍ଚାୟତ ସମିତି ଅଧକ୍ଷl ମିନତୀ ସେନାପତି, ତହସିଲ ଦାର ମାନସ ରଂଜନ ତ୍ରିପାଠୀ, ବିଡିଓ ରବୀନ୍ଦ୍ର କୁମାରପ୍ରଧାନ, ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ, ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି ଓ ସମିତି ସଭ୍ୟ ଦୀପକ୍ କୁମାର୍ ସାହୁ ଏହି କାର୍ଯ୍ଯ କ୍ରମକୁ ପରିଚାଳନାରେ ସାହାଯ୍ୟ ସହଯୋଗକରିଥିଲେl,

Leave a Comment

Read More