ସେଚନ ର ସମସ୍ୟା ନେଇ କ୍ଷେତ୍ର ପରିଦର୍ଶନ କଲେ ବିଧାୟକ ଓ ବିଭାଗୀୟ ଅଧିକାରୀ

ବାଲିଚନ୍ଦ୍ରପୁର ୩/୯(ଏକାଦଶୀ ସେଠୀ)ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଜଳ ସେଚିତ ଚାଷ ଜମି କୁ କେନାଲ ପାଣି ପହଞ୍ଚି ପାରୁ ନ ଥିବାରୁ ଏ ନେଇ ଚାଷୀ ମାନେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଙ୍କ ନିକଟ ରେ ଅଭିଯୋଗ କରିଥିଲେ। ଚାଷୀ ମାନଙ୍କ ସମସ୍ୟା କୁ ହୃଦୟଙ୍ଗମ କରି ରବିବାର ବିଧାୟକ ଜଳ ସମ୍ପଦ ବିଭାଗ ର ଅଧିକାରୀ ମାନଙ୍କୁ ସାଥିରେ ଧରି କ୍ଷେତ୍ର ପରିଦର୍ଶନ କରିଥିଲେ।ବଡ଼ଚଣା ବ୍ଲକ ଅନ୍ତର୍ଗତ ଭରତପୁର, ବରଦା, ବିକ୍ରମ ତିରଣ, ପଲେଇ ଓ ବାଲିପଡିଆ ପଞ୍ଚାୟତ ର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ।ଗୋବଣ୍ଡିଆ, ମାତକାତ ପୁର, ପଣସୁଧା,ଭରତ ପୁର,ବାଲି ପଡିଆ,ଦେକୁରୀ,ବରଦା ଆଦି ଗ୍ରାମ କୁ କେନାଲ ର ଦୂରତା ଯୋଗୁ ଚାଷ ଜମି ରେ ପାଣି ପହଞ୍ଚି ପାରୁ ନଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। କେତେକ ସ୍ଥାନ ରେ କେନାଲ ଜବର ଦଖଲ ଯୋଗୁଁ ପାଣି ଯାଇ ପାରୁନଥିବା, କେନାଲ ସଫେଇ ନ ହେବାରୁ ପାଣି ସମସ୍ୟା ଉତ୍କଟ ହେଉଥିବା, ପଟ୍ଟାମୁଣ୍ଡାଇ କେନାଲ ର ତିଗିରିଆ ନିକଟରେ ରହିଥିବା ପୋଲ ଉଚ୍ଚତା କମ ଥିବାରୁ ଏହାର ଉଚ୍ଚତା ବୃଦ୍ଧି ପାଇଁ ଚାଷୀ ଓ ସ୍ଥାନୀୟ ଗ୍ରାମବାସୀ ମାନେ ଦାବୀ କରିଥିଲେ। ଏହାକୁ ଦୃଷ୍ଟି ରେ ରଖି ଉପସ୍ଥିତ ଜଳ ସମ୍ପଦ ବିଭାଗ ର ଅଧିକାରୀ ମାନଙ୍କୁ ତୁରନ୍ତ ସମସ୍ୟା ର ସମାଧାନ କରିବାକୁ ବିଧାୟକ କହିଥିଲେ। ଏହି ସ୍ଥାନ ଗୁଡ଼ିକ ଦୁଇଟି ଡିଭିଜନ ଅଧିନ ରେ ଯାଉଥିବାରୁ ଉଭୟ ଡିଭିଜନ ର ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ ରେ ସାମିଲ ହୋଇଥିଲେ।ମହାନଦୀ ନର୍ଥ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାର, ସହକାରୀ ନିର୍ବାହୀ ଯନ୍ତ୍ରୀ ଗଦାଧର ବାରିକ, ସହକାରୀ ଯନ୍ତ୍ରୀ ସାରଦା ପ୍ରସନ୍ନ ସେଠୀ, କେନ୍ଦ୍ରାପଡ଼ା ଡିଭିଜନ ର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ, ସହକାରୀ ଯନ୍ତ୍ରୀ ଗୋରାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।୫ ଟି ପଞ୍ଚାୟତ ର ଚାଷୀ ମାନେ ଉପସ୍ଥିତ ରହି ସେମାନଙ୍କର ଅଭିଯୋଗ କରିଥିଲେ।









