ବୌଦ୍ଧ :
ବୌଦ୍ଧ ଜିଲ୍ଲା ଟାଉନ ଥାନାରେ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ବାବୁଲା କହଁର ଙ୍କ ପିତା ଶିବ କହଁର ଙ୍କର ମୃତ୍ୟୁ ହେଇଯାଇଛି l ମୃତ୍ୟୁ କହଁର ଙ୍କ ଦଶାହ କାର୍ଯ୍ୟ ରେ ହୋମଗାର୍ଡ ସଂଘ ର ପରାମର୍ଶ ଦାତା ତଥା ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପସଭାପତି କୁନା ଦିଗାଲ ଯୋଗ ଦେଇ ସହଯୋଗ ର ହାତ ବଢ଼େଇ ଵା ସହିତ ମୃତ୍ୟୁ ଙ୍କ ପରିବାର ସଦସ୍ୟ ଙ୍କୁ ସମବେଦନା ଜଣେଇଥିବା ଦେଖିବାକୁ ମିଳିଛି l ପିତାଙ୍କର ଶ୍ରାଦ୍ଧ କାର୍ଯ୍ୟ ଟି ବହୁ ଆଡ଼ମ୍ବର ରେ ବନ୍ଧୁ ବାନ୍ଧବ ମାନଙ୍କୁ ଡକେଇ ଅତି ସୁନ୍ଦର ଭାବେ ସମାପନ କରିଛନ୍ତି ଗୃହରଖି ବାବୁଲା କହଁର ଏବଂ ତାଙ୍କ ସହ ପରିବାର ବର୍ଗ l ବୌଦ୍ଧ ଜିଲ୍ଲା ଟାଉନ୍ ଥାନା ସମେତ ଜିଲ୍ଲା ରେ ଥିବା ସମସ୍ତ ଥାନା ରେ କାର୍ଯ୍ୟରତ ବହୁ ହୋମଗାର୍ଡ କର୍ମଚାରୀ ଯୋଗ ଦେଇ ଦୁଇ ମିନିଟ୍ ର ନିରବ ପ୍ରାଥନା କରିଥିଲେ l ଶ୍ରୀ ଦିଗାଲ ଙ୍କର ଏଭଳି ମହୋତ୍ୱ ପୂର୍ଣ୍ଣ କାର୍ଯ୍ୟ ଦେଖି ଅଞ୍ଚଳ ବାସି ଙ୍କ ସମେତ ହୋମଗାର୍ଡ କର୍ମଚାରୀ ଙ୍କ ପରିବାର ପକ୍ଷରୁ ସାଧୁବାଦ ଜଣେଇ ଛନ୍ତି l ରାଜ୍ୟରେ ଯେ କୌଣସି ଜିଲ୍ଲା କିମ୍ବା ଯେ କୌଣସି ଥାନାରେ କାର୍ଯ୍ୟରତ ଥିବା ହୋମଗାର୍ଡ କର୍ମଚାରୀ ମାନଙ୍କ ବିପଦ ସମୟରେ ଆପଦ ସମୟରେ ନିଜେ ପହଁଚି ନ ପାରିଲେ ମଧ୍ୟ ତାଙ୍କ ପାଖକୁ ଫୋନ୍ ଜରିଆୟରେ ଯୋଗାଯୋଗ କରି ସମସ୍ତ ସହଯୋଗ କରାଯିବ ବୋଲି ହୋମଗାର୍ଡ ସଂଘ ପରାମର୍ଶ ଦାତା କୁନା ଦିଗାଲ ମିଡ଼ିଆ ଆଗରେ ମନ୍ତବ୍ୟ ରଖିଛନ୍ତି l









