Search
Close this search box.

ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ଙ୍କ ଦୋକାନ ଉଦଘାଟନ କଲେ ସାଂସଦ ସୁକାନ୍ତ ପାଣିଗ୍ରାହୀ..

କନ୍ଧମାଳ :ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ଙ୍କ ଦୋକାନ ଉଦଘାଟନ କଲେ ସାଂସଦ ସୁକାନ୍ତ ପାଣିଗ୍ରାହୀ..
କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ନାରାୟଣୀ ଛକ ଠାରେ ଓଡିଶା ରାଜ୍ୟ ସମବାୟ ସମିତି ଲିଃ ପକ୍ଷରୁ ଗୋଟେ ଦୋକାନ ଖୋଲାଯାଇଛି । ଏହି ଖାଉଟି ଦୋକାନ ଟି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉଦଘାଟନ କରିଥିଲେ l ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନଜିବି ତଥା ବିଜେପି ନେତା ଭଗବାନ ମହାନ୍ତି,ଡଃ ଜିତେନ କୁମାର ଜେନା, କନ୍ଧମାଳ ଜିଲ୍ଲାର ଓଡିଶା ଲେବର କର୍ପୋରେଟର କର୍ମକର୍ତ୍ତା ତଥା ଫୁଲବାଣୀ ଇନଚାର୍ଜ କାହ୍ନୁ ଚରଣ ଦିଗାଲ, ଡିଏମ୍ ବନମାଳୀ ଦିଗାଲ, ବିଏମ ମୌସୁମୀ ମୁଖୀ, ଏବି ଏମ, ଏଫ ଓ, ଏବଂ ଅନ୍ୟ ବ୍ଲକରୁ ଆସିଥିବା ଓଡିଶା ଲେବର କୋଅପରେଟିଭରୁ ଆସିଥିବା ଡିଏମ୍, ବିଏମ, ଏବି ଏମ, ପିଓ ଏଫ.ଇ.ଓ ମାନେ ଉପସ୍ଥିତ ଥିଲେ l ସୋସାଇଟିର ସଭାପତି ଶ୍ୟାମଲାଲ ପ୍ରଧାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ହୃଦୟରୁ କୃତଜ୍ଞତା ଜଣାଇଥିଲେ lଏହି ଦୋକାନ ରେ ଖାଉଟି ମାନେ ପନ୍ଦର ରୁ ପଚାଶ ପ୍ରତିଶତ ରିହାତି ଦରରେ ଦେବାପାଇଁ ବ୍ୟବସ୍ଥା ରହିଛି ବୋଲି ଇନଚାର୍ଜ କାହୁ ଓ ଡିଏମ ବନମାଳି ଦିଗାଲ ପ୍ରକାଶ କରିଥିଲେ । ଏହି ଦୋକାନ ରେ ସମସ୍ତ ପ୍ରକାରର ଘରୋଇ ବ୍ୟବହାର କରିବା ଜିନିଷ ପତ୍ର ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ସମବାୟ ସମିତି ର ବିଭିନ୍ନ ପ୍ରକାର ଜୀବନବୀମା ମଧ୍ୟ ରହିଛି।ଦୁର୍ଘଟଣା ଜନିତ ପାଞ୍ଚ ହଜାର ରୁ ଆରମ୍ଭ ଜାରି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ମୃତ୍ୟୁ ସାହାୟତା ଶୁଦ୍ଧିକ୍ରିୟା କୋଡିଏ ହଜାର ଏବଂ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ପରିବାର ଙ୍କୁ ଦଶ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଦିଆଯିବା ବ୍ୟବସ୍ଥା ରହିଥିବା କୁହାଯାଇଛି।

Leave a Comment

Read More