Search
Close this search box.

ଭତ୍ତା ନ ପାଇବାରୁ ରାସ୍ତା ରୋକ କଲେ ଅସହାୟ ବୃଦ୍ଧ

କନ୍ଧମାଳ : ଭତ୍ତା ନ ପାଇବାରୁ ରାସ୍ତା ରୋକ କଲେ ଅସହାୟ ବୃଦ୍ଧ ବୃଦ୍ଧା.. ପଞ୍ଚାୟତ ରେ ତାଲା ପକେଇ ପିଇଓ ଛୁ. ପ୍ରଶାସନ ପହଞ୍ଚି ବାଣ୍ଟିଲେ ଭତ୍ତା..କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିପଡ଼ା ପଞ୍ଚାୟତ ସମ୍ମୁଖରେ ଅସହାୟ ବୃଦ୍ଧ ବୃଦ୍ଧା ଭତ୍ତା ନ ପାଇବାରୁ ଫୁଲବାଣୀ ରୁ ଭୁବନେଶ୍ୱର ଯାଇଥିବା ମୁଖ୍ୟ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି l ସରକାର ସିନିୟର ସିଟିଜନ୍ ବୃଦ୍ଧ ବୃଦ୍ଧା ମାନଙ୍କୁ ଗ୍ରୁରୁତ ଦେଉଥିବା ବେଳେ ଏପଟେ ପଞ୍ଚାୟତ ରେ ତାଲା ପକେଇ ପି ଇ ଓ ଏବଂ ସରପଞ୍ଚ କୁଆଡେ଼ ଛୁ କରିଥିବା କହିଛନ୍ତି ରାସ୍ତା ରୋକ କରିଥିବା ବୃଦ୍ଧ ବୃଦ୍ଧା ମାନେ l ବିଜେଡି ର ଚାଟୁକାର କିଛି କୁଜି ନେତା ଏବଂ କିଛି ବିଜେଡି ରାଜନେତା ମାନଙ୍କ କାର୍ଯ୍ୟ ଅବହେଳା ଯୋଗୁଁ ଗରିବ ଅସହାୟ ଜନ ସାଧାରଣ ଲୋକେ ନାହିଁନ ଥିବା ହନ୍ତସନ୍ତ ହେଉଛନ୍ତି ବଲି ବୃଦ୍ଧ ବୃଦ୍ଧା ମାନେ ମତ ରଖିଛନ୍ତି l ନୂତନ ସରକାର ଭତ୍ତା ବୃଦ୍ଧି କରିବା ପାଇଁ ଇଲେକ୍ସନ ପୂର୍ବରୁ ଘୋଷଣା କରିଥିଲେ ମାସକୁ ତିନି ହଜାର ଭତ୍ତା ଦିଆଯିବ ହେଲେ ସରକାର ଆସିଲା ପାରେ ତାହା ଓଲଟା ହେବାରୁ ଭତ୍ତା ପାଇବା ଲୋକେ ନିନ୍ଦା କରୁଛନ୍ତି l ନୂତନ ସରକାର ଏହାର ତୁରନ୍ତ ସମାଧାନ କରି ଭତ୍ତା ବୃଦ୍ଧି କରନ୍ତୁ ବଲି ମତ ରଖିଛନ୍ତି l ଘଟଣା ସ୍ଥଳରେ ଫୁଲବାଣୀ ଉପଜିଲ୍ଲା. ଅତିରିକ୍ତ ଜିଲ୍ଲା ସମାଜ ସୁରକ୍ଷା ଅଧିକାରିଣୀ. ଖଜୁରୀପଡ଼ା ଗୋଷ୍ଠି ଉନୟନ ଅଧିକାରୀ. ଖଜୁରିପଡ଼ା ବ୍ଲକ୍ ସମାଜ ସୁରକ୍ଷା ଅଧିକାରୀ. ଖଜୁରୀପଡ଼ା ତହସିଲଦାର ପହଁଚି ବୃଦ୍ଧ ବୃଦ୍ଧା ବାପା ମା ମାନଙ୍କୁ ବୁଝା ସୁଝା କରି ରାସ୍ତା ରୋକ ରୁ ଉଠେଇ ସମସ୍ତ ଙ୍କୁ ଭତ୍ତା ପ୍ରଦାନ କରିଥିବା ବେଳେ ଉକ୍ତ ସ୍ତାନରେ ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଙ୍କ ନିର୍ଦେଶ କ୍ରମେ ଘଟଣା ସ୍ତଳରେ ପୋଲିସ୍ ମଧ୍ୟ ପହଁଚି ଥିଲେ l

Leave a Comment

Read More