ଭୂତ ବି ପଢନ୍ତି ପାଠ, ବଡଚଣା ଶିକ୍ଷା ମଣ୍ଡଳୀ
ବାଲିଚନ୍ଦ୍ରପୁର ତା ୨/୮=ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରାଥମିକ
ଶିକ୍ଷା କୁ ଅଧିକ ଲୋକାଭିମୁଖୀ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବହୁ ଯୋଜନା ମାନ ହାତ କୁ ନେଇଛନ୍ତି। ଏପରିକି ପୋଷାକ ପତ୍ର, ମଧ୍ଯାହ୍ନ ଭୋଜନ ପଭୃତି ଆବଶ୍ୟକ ମୁତାବକ ଯୋଗାଇ ଦିନକୁ ଦିନ ଯେଭଳି ଛାତ୍ର ଉପସ୍ଥାନ ବୃଦ୍ଧି ସହ ପାଠ ପଢାମଝିରୁ
ଯେପରି କେହି ପାଠ ଛାଡନ୍ତି ସେଥି ପ୍ରତି ଯଥେଷ୍ଟ ଯତ୍ନବାନ ହେବା ପାଇଁ ଶିକ୍ଷା ବିଭାଗ ର ଉପରୁ ତଳ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନା ସବୁ ର ସଫଳ ରୂପାୟନ ପରିବର୍ତ୍ତେ ଏଥିରୁ କିଭଳି ଅଧିକ ରୁ ଅଧିକ ଲୁଟ କରି ହେବ କେତେକ ଅସାଧୁ ଶିକ୍ଷକ ପ୍ରୟାସ ଜାରି ରଖିଥିବା ର ସୁଚନା ମିଳିଛି। ନିକଟ ଅତୀତରେ ବଡଚଣା ବ୍ଲକ ଅନ୍ତର୍ଗତ ବରଦା ଗ୍ରାମ ର ସୁଚନା ଅଧିକାର କର୍ମୀ ରଶ୍ମି ରଞ୍ଜନ ଦାଶ ରୁକୁଟିପାଟ ବିଶ୍ଵାଳ ସାହି ପ୍ରାଥମିକ ବିଦ୍ୟାଳୟ ର ୨୦୦୬/୦୭ ଶିକ୍ଷା ବର୍ଷର ଆଡମିସନ ରେଜିଷ୍ଟାର ଓ ଛାତ୍ର ଉପସ୍ଥାନ ଖାତା ସମ୍ପର୍କରେ ଏକ ସୁଚନା ବଡଚଣା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମାଗି ଥିଲେ। ସୁଚନା ଅନୁଯାଯୀ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବେଲଗୁଣ୍ଠା ର ଦୁଇ ଛାତ୍ର ଛାତ୍ରୀ ସେମାନଙ୍କ ର ଶ୍ରେଣୀ ଉତ୍ତିର୍ଣ୍ଣ ପ୍ରମାଣ ପତ୍ର ବଡଚଣା ବ୍ଲକ ବିକ୍ରମତିରଣ ପ୍ରାଥମିକ ବିଦ୍ୟାଳୟ ରୁ ହାସଲ କରିଥିବା କଥା ରୁକୁଟିପାଟ ବିଶ୍ଵାଳ ସାହି ପ୍ରାଥମିକ ବିଦ୍ୟାଳୟ ପ୍ରବେଶିକା ଖାତାରେ ଉଲ୍ଲେଖ ଥିଲେ ହେଁ ପ୍ରକୃତ ପକ୍ଷେ ବିକ୍ରମତିରଣ ପ୍ରାଥମିକ ବିଦ୍ୟାଳୟ ର ପ୍ରସ୍ଥାନ ଖାତା ସେମିତି କେହି ପଢୁଥିବା ର ସୁଚନା ପ୍ରାପ୍ତ ହୋଇଛନ୍ତି। ।ସୁଚନା ଅଧିକାର କର୍ମୀ ରଶ୍ମିରଞ୍ଜନ ଦାଶ କହିବା ଅନୁଯାୟୀ ରୁକୁଟିପାଟ ବିଶ୍ଵାଳ ସାହି ପ୍ରାଥମିକ ବିଦ୍ୟାଳୟ ର ପ୍ରବେଶ ଖାତାରେ ଉଲ୍ଲେଖ ଥିବା କୁମାରୀ ରଶ୍ମିତା ସେଠି ଓ ପ୍ରଦିପ କୁମାର ସେଠୀ ଛାତ୍ର ଛାତ୍ରୀ ଦ୍ବୟ ଙ୍କ ଆଡମିସନ ଓ ଉପସ୍ଥାନ ନିଆଯାଇ ସେମାନଙ୍କ ର ସମସ୍ତ ସୁବିଧା ସୁଯୋଗ କୁ ତତ୍କାଳୀନ ପ୍ରଧାନ ଶିକ୍ଷକ ହଡପ କରି ନେଇଥିବା ର ଅନୁମାନ କରାଯାଉଛି। ଭାତ ହାଣ୍ଡିରୁ ଗୋଟିଏ ଭାତ ପରିକ୍ଷା କରିଯିବା ପରି ଏ ଘଟଣା ଏକ ଉଦାହରଣ ମାତ୍ର। ତତ୍କାଳୀନ ପ୍ରଧାନ ଶିକ୍ଷକ ଯେଉଁ ଯେଉଁ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟ କରିଛନ୍ତି ତାଙ୍କ ର ସମସ୍ତ କାଗଜପତ୍ର ଯାଞ୍ଚ କରିବା ପାଇଁ ଶ୍ରୀ ଦାଶ ଦୃଢ ଦାବୀ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଏ ସମ୍ପର୍କିତ ଆହୁରି ସୁଚନା ଶ୍ରୀ ଦାଶ ସଂଗ୍ରହ କରିବା ସହ ଏହି ଶିକ୍ଷା ମଣ୍ଡଳରେ ଚାଲିଥିବା ସମସ୍ତ ହରିଲୁଟ ସମ୍ପର୍କରେ ପର୍ଦ୍ଦାଫାସ କରିବେ ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି।









