Search
Close this search box.

ପଲ୍ଲୀଶ୍ରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନବାଗତ ଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ପଲ୍ଲୀଶ୍ରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନବାଗତ ଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ବାଲିଚନ୍ଦ୍ରପୁର ତା ୨/୮=ବଡଚଣା ଶିକ୍ଷା ମଣ୍ଡଳ ଅନ୍ତର୍ଗତ ବାଲିଚନ୍ଦ୍ରପୁର ସ୍ଥିତ ପଲ୍ଲୀଶ୍ରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନବାଗତ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଶିକ୍ଷା ବର୍ଷ ୨୪/୨୫ ପାଇଁ ଏକ ସ୍ବାଗତ ସମ୍ବର୍ଦ୍ଧନା ଓ ପରିଚୟ ପ୍ରଦାନ ଉତ୍ସବ (ଇଣ୍ଡକସନ ପ୍ରୋଗ୍ରାମ) ରାଜ୍ୟ ସରକାର ଙ୍କ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଚ୍ଚ ବିଦ୍ୟାଳୟ ର ଅଧ୍ୟକ୍ଷା ମାମି ବଳବନ୍ତରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଏ ଅଞ୍ଚଳର ସମାଜ ସେବୀ ଅଶୋକ କୁମାର ସାମଲ ଯୋଗଦେଇ ପିଲା ମାନଙ୍କୁ ବିଦ୍ୟାଳୟ ର ଇତିହାସ, ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା, ଶୃଙ୍ଖଳା ଜ୍ଞାନ ସମ୍ପର୍କରେ ପରାମର୍ଶ ଦେଇଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବରିଷ୍ଠ ଇଂରାଜୀ ଭାଷା ସାହିତ୍ୟ ବିଭାଗର ଡଃ ଭାବଗ୍ରାହୀ ମହାରଣା ରାଜ୍ୟ ସରକାରଙ୍କ ନିତି ନିୟମ ବାବଦରେ କହିବା ସଂଗେ ସଂଗେ ଆଗାମୀ ପାଠ୍ୟ ଖସଡା, ଚରିତ୍ର ଗଠନ ଭବିଷ୍ୟତ ଜୀବନ ସମ୍ପର୍କରେ ସରକାର ଙ୍କ ବିଭିନ୍ନ ଯୋଜନା ମାନଙ୍କ ର ସୁଚନା ପ୍ରଦାନ କରିଥିଲେ। ଏହି ଉତ୍ସବରେ ଅଧ୍ଯାପିକା ସ୍ନିଗ୍ଧା ରାଣୀ ମହାନ୍ତି, ପ୍ରେମାନନ୍ଦ ପରିଡ଼ା, ରାଜେନ୍ଦ୍ର ପଣ୍ଡା, ତ୍ରୀଲୋଚନ ପରମାଣିକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

Leave a Comment

Read More