Search
Close this search box.

ନିଖୋଜ ନାବାଳିକା ଙ୍କୁ ଖୋଜିବାରେ କରୁଛନ୍ତି ଅବହେଳା..ଏସ୍ପି ଙ୍କ ଦ୍ୱାରସ୍ତ ହେଲେ ମା.

ଅବହେଳା.. ନିଖୋଜ ନାବାଳିକା ଙ୍କୁ ଖୋଜିବାରେ କରୁଛନ୍ତି ଅବହେଳା..ଏସ୍ପି ଙ୍କ ଦ୍ୱାରସ୍ତ ହେଲେ ମା.

କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ସହରରେ ଥିବା ଆଦର୍ଶ ଟାଉନ ଥାନା ର କାର୍ଯ୍ୟ କଳାପ କୁ ନା ପସନ୍ଦ କରିଛନ୍ତି ଜନ ସାଧାରଣ l ଦୀର୍ଘ 23 ଦିନ ହେଲାଣି ଫୁଲବାଣୀ ସ୍ତିତ ସତ୍ୟସାଇ ବାଳିକା ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ର ଛାତ୍ରୀ ସ୍କୁଲ ଯାଇ ଆଉ ଘରକୁ ଫେରି ନାହାନ୍ତି l ପରିବାର ଲୋକେ ନିଜ ସମ୍ପର୍କୀୟ ସବୁଆଡେ଼ ଖୋଜା ଖୋଜି କଲା ପରେ ନ ପାଇବାରୁ ଫୁଲବାଣୀ ଆଦର୍ଶ ଟାଉନ ଥାନା ରେ ଲିଖିତ ଅଭିଯୋଗ ଦେଇଥିଲେ l ସନ୍ଦେହ କରାଯାଉଥିବା ଏବଂ ଯେଉଁ ମାନେ ନାବାଳିକା ଙ୍କୁ ଅପହରଣ କରି ନେଇଥିବା ସନ୍ଦେହ କରାଯାଉଛି ତାଙ୍କ ନାମରେ ଲିଖିତ ଅଭିଯୋଗ ଦେବା ପରେ ମଧ୍ୟ ପୋଲିସ୍ ଗାଲୁମାରି ରହୁଥିଵା ନାବାଳିକା ର ମା ଅତିରିକ୍ତ ଜିଲ୍ଲା ଅରକ୍ଷୀକ ଅଧିକାରୀ ମହୋଦୟ ଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ଦେଇଭାନ୍ତି l କନ୍ଧମାଳ ଜିଲ୍ଲା ଫୁଲବାଣୀ ରେ ଆଦର୍ଶ ଟାଉନ ଥାନା ବଲାଉ ଥିବା ଆଦର୍ଶ କର୍ମଚାରୀ ମାନଙ୍କ ମନ ମୁଖି କାର୍ଯ୍ୟ ଏବଂ ଥାନା ଅଧିକାରୀ ଙ୍କ ଅବହେଳା କାର୍ଯ୍ୟ କୁ ନେଇଁ ନିନ୍ଦା କରିଛନ୍ତି ନାବାଳିକା ଙ୍କ ପରିବାର ସମେତ ବୁଦ୍ଧିଯିବି ମାନେ l ପରିବାର ପକ୍ଷରୁ ଥାନାକୁ ଯାଇ ପଚାରି ବୁଝିଲେ କହୁଛନ୍ତି ଖୋଜା ଚାଲିଚି. ତାଙ୍କ ମୋବାଇଲ୍ ନାହିଁ.. ସେ ମୋବାଇଲ୍ ଧରୁ ନାହାନ୍ତି ତ ଆମେ କେମିତି ଖୋଜିବୁ ଏସବୁ ବାହାନା କରି ଗାଲୁ ମାରି ଚୋରଙ୍କ ଭଳି ଭୁଆଁ ବୁଲା ନାଟକ କରୁଛନ୍ତି ଦାୟିତ୍ୟୁ ରେ ଥିବା କର୍ମଚାରୀ l ଏଠି ପ୍ରଶ୍ନ ଉଠୁଛି କି ଯେଉଁ ଅଭିଯୁକ୍ତ ମୋବାଇଲ୍ ବ୍ୟବହାର କରୁ ନାହାନ୍ତି ତାଙ୍କୁ କଣ ପିଲିସ୍ ଖୋଜିପାରିବନି ? l ଯଦି ତାହା ସତ୍ୟ ତାହେଲେ କୌଣସି ଅଭିଯୁକ୍ତ କେବେ ମୋତେ ଧରନ୍ତୁ ବଲି ମୋବାଇଲ୍ ବ୍ୟବହାର କରିବ କି ? l ଏଭଳି ମୂର୍ଖାମୀ ପୋଲିସ୍ କର୍ମଚାରୀ ମାନଙ୍କୁ ଜିଲ୍ଲା ଆରକ୍ଷୀକ ଅଧିକାରୀ କି ପଦକ୍ଷେପ ନେଉଛନ୍ତି ଆଉ ନିଖୋଜ ନାବାଳିକା ଙ୍କୁ କେବେ ଖୋଜି ବାହାର କରୁଛନ୍ତି ତାହା ଦେଖିବାରେ ବାକି ରହିଲା l

Leave a Comment

Read More

Verified by MonsterInsights