Search
Close this search box.

ସରକାରୀ କର୍ମଚାରୀଙ୍କୁ ଉପହାର ଭାବେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି l

ସରକାରୀ କର୍ମଚାରୀଙ୍କୁ ଉପହାର ଭାବେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି l

ଗାନ୍ଧୀନଗର : ପୁଣି ସରକାରୀ କର୍ମଚାରୀଙ୍କ ପାଇଁ ଆଉ ଏକ ବଡ଼ ଘୋଷଣା କରିଲେ ଗୁଜୁରାଟର ଭୁପେନ୍ଦ୍ର ପଟେଲ l ରାଜ୍ୟରେ ତ୍ୱରନ୍ତିତ ହେବା ନେଇ ଏକ ବଡ଼ ଘୋଷଣା l ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଉପହାର ଦେଇଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସପ୍ତମ ବେତନ ଆୟୋଗ ଅଧୀନରେ ଥିବା କର୍ମଚାରୀଙ୍କ ପାଇଁ ଜାନୁଆରୀ ୧, ୨୦୨୪ ଠାରୁ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ହାର ଆଧାରରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଚାରି ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଭତ୍ତା ବୃଦ୍ଧିରେ ୪.୭୧ ଲକ୍ଷ କର୍ମଚାରୀ ଏବଂ ଗୁଜୁରାଟର ପ୍ରାୟ ୪.୭୩ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀ ଉପକୃତ ହେବେ। ଚଳିତ ବର୍ଷ ଜାନୁଆରୀ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଛଅ ମାସ ପାଇଁ ମହଙ୍ଗା ଭତ୍ତା ବକେୟା ଦରମା ସହିତ ତିନୋଟି କିସ୍ତିରେ ଦିଆଯିବ। କର୍ମଚାରୀଙ୍କ ଏହି ଦେୟ ସମାଧାନ ପାଇଁ ରାଜ୍ୟ ସରକାର ମୋଟ ୧୧୨୯.୫୧ କୋଟି ଟଙ୍କା ବଣ୍ଟନ କରିବେ। ଗୁଜୁରାଟର ଭୁପେନ୍ଦ୍ର ପଟେଲ ସରକାରଙ୍କ ଅନୁଯାୟୀ, ମହଙ୍ଗା ଭତ୍ତା ବୃଦ୍ଧି ପରେ ବର୍ଦ୍ଧିତ ପରିମାଣ ସରକାରୀ କର୍ମଚାରୀଙ୍କୁ କିସ୍ତିରେ ଦିଆଯିବ। ଦରମା ସହିତ କର୍ମଚାରୀଙ୍କ ଆକାଉଣ୍ଟରେ ଡିଏ ରାଶି ଜମା ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ସବୁଜ ସଙ୍କେତ ଦେଇଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଗୁଜରାଟ ସରକାର ମହଙ୍ଗା ଭତ୍ତାକୁ ଚାରି ପ୍ରତିଶତ ବୃଦ୍ଧି କରିବା ପରେ ଜାନୁୟାରୀ ଏବଂ ଫେବୃଆରୀର ଦରମା ଜୁଲାଇ ମାସ ଦରମା ସହିତ ଆସିବ। ମାର୍ଚ୍ଚ ଏବଂ ଏପ୍ରିଲର ରାଶି ଆସନ୍ତା ମାସର ଦରମା ସହିତ କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହେବ। ସେହିଭଳି ମେ ଏବଂ ଜୁନ୍‌ର ଟଙ୍କା ସେପ୍ଟେମ୍ବର ମାସର ଦରମା ସହିତ ଆସିବ ବୋଲି କୁହାଯାଇଛି l ଗୁଜୁରାଟର ଭୁପେନ୍ଦ୍ର ପଟେଲ ସରକାରଙ୍କ ଅନୁଯାୟୀ ଏହି କାର୍ଯ୍ୟ ଅତି ଶୀଘ୍ର କର୍ଯ୍ୟ କାରୀ ହେବା ବୋଲି କହିଛନ୍ତି l

Leave a Comment

Read More