ଭାରସାମ୍ୟ ହରାଇ ୧୨ ଚକିଆ ଟ୍ରକ୍ ଘର ଉପରକୁ ଚଢି ଜଣେ ମୃତ୍ୟୁ l
ରାଇରଙ୍ଗପୁର : ରାସ୍ତାରେ ଯିବା ଟ୍ରକ୍ ଟି ଏକ ଘର ଉପରକୁ ମାଡ଼ି ଯାଇଥିଲା l ମାଡ଼ି ଯାଇଥିବା ଫଳରେ ଏକ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି l
ସୂଚନାନୁସାରେ, ରାସ୍ତାରେ ଯାଉଥିବା ଟ୍ରକ୍ ଟି ହଠାତ୍ ଘର ଉପରକୁ ମାଡ଼ି ଆସିଥିଲା ଫଳରେ ଜଣେ ମୃତ ହୋଇଥିବା ଜଣା ପଡ଼ିଛି l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଞ୍ଚି , ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଦାଣ୍ଡବୋଷ ଛକ ନିକଟସ୍ଥ ଆନନ୍ଦପୁରରେ। ଭାରସାମ୍ୟ ହରାଇ ୧୨ ଚକିଆ ଲୁହାପଥର ବୋଝେଇ ଟ୍ରକଟି ରାସ୍ତାକଡ଼କୁ ଥିବା ଏକ ଘର ଉପରକୁ ମାଡ଼ି ଯାଇଥିଲା। ଭୋର ୪.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘର କାନ୍ଥ କମଳା ପାତ୍ର ୫୯ଙ୍କ ଉପରେ ପଡ଼ିଥିବା ବେଳେ ଅନ୍ୟ ୬ ଜଣ ସଦସ୍ୟ ଅଲ୍ପକେ ବର୍ତ୍ତିଯାଇଥିଲେ। ଗୁରୁତର କମଳାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନା ଅଣା ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ୨୨୦ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ଟାଉନ ଥାନା ଅଧିକାରୀ ସୁଛନ୍ଦ୍ର ମହାଳିକ ଓ ତହସିଲଦାର ବିଶ୍ଵନାଥ ବିଶ୍ଵାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ ଥିବାରୁ ଦୁଇ ପଟେ ଯାନବାହାନର ଲମ୍ବା ଲାଇନ ଲାଗିଛି। ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ଏନେଇ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି l









