
ସାଧାରଣତଃ ଦରଖିବାକୁ ଗଲେ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ବ୍ୟାକ୍ପେନ୍ ସବୁଠାରୁ ସାଧାରଣ ରୋଗ ଭାବେ ଉଭା ହୋଇଛି। ବିଭିନ୍ନ ବୟସର ଲୋକଙ୍କ ପାଖରେ ଏହି ସମସ୍ୟା ଦେଖିବାକୁ ମିଳୁଛି । ସ୍କୁଲ କଲେଜ ହେଉ କିମ୍ବା ଅଫିସ୍ ସବୁ ସ୍ଥାନରେ ଆମମାନଙ୍କୁ ଅନେକ ସମୟ ସ୍ଥିର ହୋଇ ଗୋଟିଏ ସ୍ଥାନରେ ବସିବାକୁ ପଡୁଛି । ଯାହା ଏହି ବ୍ୟାକ୍ ପେନ୍ର ପ୍ରମୁଖ କାରଣ ହୋଇଥାଏ ବୋଲି ଡାକ୍ତର ମାନେ ମତ ଦେଇଛନ୍ତି। ତେବେ ଏହାର କାରଣ ବିଷୟରେ ଜାଣିପାରିଲେ ଏହାକୁ ଚିକିତ୍ସା କରିବାରେ ମଧ୍ୟ ସୁବିଧା ହୋଇଥାଏ। ଆମର ଭର୍ଟିବ୍ରେ, ସ୍ପାଇନାଲ କର୍ଡ, ଲିଗାମେଣ୍ଟ କିମ୍ବା ମସଲ୍ରେ ସମସ୍ୟା ହେଲେ ଆମର ପିଠିରେ ଯନ୍ତ୍ରଣା ହୋଇଥାଏ। ତେବେ ଏତିକି ନୁହେଁ ଅନ୍ୟ ଅଙ୍ଗରେ ସମସ୍ୟା ହେଲେ ମଧ୍ୟ ପିଠି ଯନ୍ତ୍ରଣା ହେବାର ଆଶଙ୍କା ରହିଛି। ଏହି ସମସ୍ୟାର ପ୍ରଥମ ଲକ୍ଷଣ ଭାବେ ଗୋଡ ଓ ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଯେତେବେଳେ ଆପଣ କୌଣସି ଓଜନିଆ ସାମଗ୍ରୀ ଉଠାନ୍ତି କିମ୍ବା ତଳକୁ ନଇଁଥାଆନ୍ତି ସେହି ସମୟରେ କଷ୍ଟ ହୋଇଥାଏ। ଦେଖିବାକୁ ମିଳେ ଏହି ସମୟରେ ପିଠିରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ସେହିଭଳି ଏହି ଯନ୍ତ୍ରଣା ଶୋଇବା ବେଳେ କିମ୍ବା ବସିବା ବେଳେ ମଧ୍ୟ ହୋଇଥାଏ । ତେବେ ପିଠିର ଏହି ଯନ୍ତ୍ରଣା ସବୁସମୟରେ ହୋଇନଥାଏ। ବେଳେବେଳେ ଯନ୍ତ୍ରଣା ଅନୁଭୂତ ହେଉଥିବାବେଳେ ବେଳେବେଳେ କିଛି ଜଣା ପଡିନଥାଏ। ତେଣୁ ଯଦି ଏଭଳି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ନାମ-ଲକ୍ଷ୍ମୀ ନାଏକ , ମୋ-୯୭୭୭୧୪୩୩୦୬









