Search
Close this search box.

April 6, 2024

ହୁ ହୁ ହୋଇ ଜଳୁଛି ବୁର୍ଯ୍ ଖଲିଫା

ହୁ ହୁ ହୋଇ ଜଳୁଛି ବୁର୍ଯ୍ ଖଲିଫା

ସୂଚନାନୁସାରେ , ସବୁଠାରେ ବଡ ସହର ଦୁବାଇରେ ଥିବା ବୁର୍ଯ୍ ଖଲିଫାରେ ହୁ ହୁ ହୋଇ ଜଳୁଛି ନିଆଁ l ଦେଖୁ ଦେଖୁ କିଛି ସମୟ ଭୂତରେ ୩୫ ମହଲା ପଯ୍ୟନ୍ତ ବ୍ୟାପି ଯାଇଥିଲା ଏହି ନିଆଁ l ତଳୁ ଉପରକୁ ଲାଗିଥିଲା ନିଆଁ l ଦେଖୁ ଦେଖୁ ୩୫ ମହଲl ଯାଏ ଲାଗିଯାଇଥିଲା ନିଆଁ l ବୁର୍ଯ୍ ଖଲିଫା MR ବୁଲ ୱାର୍କ କମ୍ପାନୀରେ ପ୍ରଥମେ ନିଆଁ ଲାଗି ୩୫ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା ନିଆଁ ବୋଲି ଦେଖିବାକୁ ମିଳିଥିଲା l ଏଥିରେ କୋଣସି ମୃତକଙ୍କ ସନ୍ଧାନ ବର୍ତମାନ ପର୍ଯନ୍ତ ମିଳିପାରି ନାହିଁ ଓ ନିଆଁ ଲାଗିବାର କାରଣ ମଧ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ l ଅଗ୍ନି ସମବାହିନୀ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛି l

Read More »
ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ମୃତ

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ମୃତ

ଭୁବନେଶ୍ୱର : ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଥିଲା ଘମା ଘଟ ଲଢ଼େଇ l ପୋଲିସ ଗୁଳିରେ ୩ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛନ୍ତି l ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଏକ ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏ ନେଇ ବିଜାପୁର ଜିଲ୍ଲା ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । କରିଗୁଟା ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ଗୋଟିଏ LMG, ଗୋଟିଏ AK-47 ବନ୍ଧୁକ ସହିତ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଥିବା ଜାଣିବାକୁ ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଥିବା ସୂଚନାମିଳିଛି।

Read More »
ଆଜିର ରାଶିଫଳ

ଆଜିର ରାଶି ଫଳ

କର୍କଟ
ପୁନର୍ବସୁ – ଖୁସି ଖବର ଶୁଣି ମନ ପ୍ରଫୁଲିତ ରହିବ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ । ଅନ୍ୟମାନଙ୍କର କଥା ଓ କାର‌୍ୟ୍ୟକଳାପ ଯୋଗୁ ନିଜକୁ ଅସହାୟ ମନେକରିବେ ।
ପୁଷ୍ୟା – ସାମାଜିକ କାର‌୍ୟ୍ୟରେ ଅଂଶଗ୍ରହଣ କରିବେ । ଅନେକ ଗୁଡିଏ କାମ ଅଟକି ଯାଇଥିବାରୁ ଅନ୍ୟମନସ୍କ ରହିବେ । ଯାହାଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇବାରୁ ପ୍ରତିହିଂସା ମୂଳକ ମନଭାବ ପୋଷଣ କରିବେ ।
ଅଶ୍ଳେଷା – ଆମଦାନୀ ବଢଇବାର ନୂଆ ଯୋଜନ ମୁଣ୍ଡକୁ ଆସିପାରେ । କୋର୍ଟକଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ । ମହିଳାମାନେ ପୂଜା ପାଠରେ ମନୋନିବେଶ କରିବେ ।
ପ୍ରତିକାର – ମା ଭୁବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨

Read More »
ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୃଘଟଣା ଗ୍ରସ୍ତ , ୨ ମୃତ ୧୫ ଆହତ

ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୃଘଟଣା ଗ୍ରସ୍ତ , ୨ ମୃତ ୧୫ ଆହତ |

ଗଞ୍ଜାମ : ସୂଚନାନୁସାରେ , ଦୃଘଟଣା ଗ୍ରସ୍ତ ହେଲା ପିକଅପ୍ ଭ୍ୟାନ୍ l ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୃଘଟଣା ଗ୍ରସ୍ତ ହୋଇଛି l ଏଥିରେ ୨ ଜଣଙ୍କର ଜୀବନ ଚାଲି ଯାଇଛି l୧୫ ଜଣ ଗୁରୁତର ଆହତ ହୋଇଛନ୍ତି l ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ ଜଣ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ସେହିପରି ସଙ୍କଟାପନ୍ନ ଅବସ୍ଥାରେ ୭ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ପାଇଲପଡ଼ା ପଞ୍ଚାୟତ ଦହିମୁଣ୍ଡଳୀ ଗାଁର ଦଣ୍ଡୁଆମାନେ ବ୍ରହ୍ମପୁରରୁ କ୍ଷେତ୍ରି ବ୍ରହ୍ମପୁରକୁ ୨ଟି ପିକପ୍ ଭ୍ୟାନରେ ଯାଉଥିଲେ। ତେବେ ଗୋଟିଏ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ହିଞ୍ଜିଳୀ ଥାନା ଅନ୍ତର୍ଗତ ସାରୁ ନିକଟରେ ଦୁର୍ଘଟଘା ଘଟିଥିଲା । ଯାହାଫଳରେ ୨ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି ବୋଲି ସୂଚନାମିଳିଛି ।

Read More »