ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଘୋଷଦା ଗ୍ରାମ ପଞ୍ଚାୟତ ମୁଣ୍ଡା ସାହିରେ ଥିବା ବିଦେଶୀ ମଦ ଦୋକାନ କୁ ସବୁଦିନ ପାଈଁ ବନ୍ଦ କିମ୍ବା ସ୍ଥାନାନ୍ତରଣ ଦାବିରେ ଆଜି ପଞ୍ଚାୟତ ର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ସଭ୍ୟା ମାନେ ମିଳିତ ହୋଇ ସ୍ଥାନୀୟ ହାଟ ପଡିଆ ନିକଟରୁ ଏକ ସଭାଯାତ୍ରା ବାହାରି ମଦ ଦୋକାନ ସମ୍ମୁଖ କୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ |
ତେବେ ସୂଚନା ଅନୁସାରେ ଗତ ୧୧ ତାରିଖ ପଞ୍ଚାୟତ ର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ସଭ୍ୟା ମାନେ କରଞ୍ଜିଆ ଉପଖଣ୍ଡ ଉପଜିଲ୍ଲାପାଳ ଙ୍କୁ ଏହି ସମ୍ବନ୍ଧରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ଯୋଉଥିରେ ଉଲେଖ ଥିଲା କି ଅଙ୍ଗନୱାଡି ନିକଟରେ ମଦ ଦୋକାନ ଟି ଥିବା ହେତୁ ଛୋଟ ଛୋଟ ପିଲା ମାନଙ୍କ ପ୍ରତି କୁପ୍ରଭାବ ପଡୁଛି ତାସହିତ କମ ବୟସର ପିଲାମାନେ ଏହାକୁ ପିଇବା ହେତୁ ମୃତ୍ୟୁ ର କାରଣ ମଧ୍ୟ ହୋଉଛି |ଏହି ମଦ ଦୋକାନ କାରଣ ରୁ ପ୍ରାୟତଃ ସମସ୍ତଙ୍କ ପରିବାରରେ ଅଶାନ୍ତି, ଗଣ୍ଡଗୋଳ, ଝଗଡା ଲାଗିରହୁଛି |ପୁରୁଷ ଲୋକମାନେ ଘରୁ ଟଙ୍କା, ଧାନ ଚାଉଳ ଅଦିନେଇ ମଦପିଈ ଘରକୁ ଆସି ମହିଳା ମାନଙ୍କ ସହିତ ମାରପିଟ କରୁଛନ୍ତି |ଏବଂ ମଦ ଦୋକାନ ସମ୍ମୁଖରେ ପ୍ରାୟ ସବୁ ସମୟରେ ଝଗଡା ହେବାର ଦେଖିବାକୁ ମିଳିଥାଏ |ଏହା ଏକ ସାହି ଭିତରେ ଥିବା ହେତୁ ସାହି ପ୍ରତି ମଧ୍ୟ କୁ ପ୍ରଭାବ ପଡୁଥିବାରୁ ଏହାକୁ ଯଥାଶୀଘ୍ର ବନ୍ଦ କରାଯାଉ ନଚେତ ଅନ୍ୟନ୍ତ୍ର ସ୍ଥାନାନ୍ତରଣ କରାଯାଉ ବଲି ଉଲେଖଥିଲା ତେବେ ଏହାର କୌଣସି ସମାଧାନ ହୋଇନଥିବାରୁ ବାଧ୍ୟ ହୋଇ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ସଭ୍ୟା ମାନେ ମିଳିତ ହୋଇ ମଦ ଦୋକାନ ସମ୍ମୁଖରେ ଭିକ୍ଷଭ କରୁଥିବା ଦେଖିବାକୁ ମିଳିଥିଲା ତେବେ ଏବିଷୟରେ କରଞ୍ଜିଆ ପୋଲିସ ସୂଚନା ପାଇବା ପରେ
କରଞ୍ଜିଆ ପୋଲିସ ପକ୍ଷରୁ ଚଢେଇଭୋଳ ଫାଣ୍ଡି ଅଧିକାରୀ ସାଲଖାନ ମୂର୍ମୁ ଙ୍କ ନେତୃତ୍ୱ ରେ ପୋଲିସ ବଳ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା
ତା ସହିତ ଖବର ପାଇ କରଞ୍ଜିଆ ଅବକାରୀ ଥାନା ଅଧିକାରୀ ପୁରୁଷୋତ୍ତମ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀ ମହିଳା ଙ୍କ ସହିତ ଆଲୋଚନା ଓ ମଦ ଦୋକାନ କୁ ସ୍ଥାନାନ୍ତରଣ ନିମନ୍ତେ ପ୍ରତିଶୃତି ଦେବା ପରେ ମହିଳା ମାନେ ଆନ୍ଦୋଳନ ରୁ ଓହରିଥିବା ଦେଖିବାକୁ ମିଳିଥିଲା









