ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ପୁର୍ତ୍ତ ବିଭାଗ ରାସ୍ତା ଝଗଡ଼ା ନାଳ ନିକଟରେ ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ଜଣାପଡିଛି।ତେବେ ସିଙ୍ଗଡ଼ା ପଟରୁ କରଞ୍ଜିଆ ଅଭିମୁଖେ ନିଜ ଘରକୁ ଆସୁଥିବା ଏକ ଓଡି-୦୨ବିଟି-୬୧୦୧ ନମ୍ବର ଯାହାକି ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଯାଇଥିଲାଯାହା ଫଳରେ ଘଟଣା ସ୍ଥଳରେ କାର ଚାଳକ ମୃତ୍ୟୁ ହାଇଥିଲା ତେବେ ନିକଟସ୍ଥ ଲୋକମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ଚାଳକକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲା ବେଳେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ତେବେ କାରରେ କେବଳ ଜଣେ ଥିଲେ। ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି କାରକୁ ଜବତ୍ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ମୃତକଙ୍କ ନାମ ତପନ କୁମାର ମହାନ୍ତ ବୟସ ୨୩ ଏବଂ ସେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ୱଡ ନମ୍ବର ୧୪ ବାସିନ୍ଦା ବଲି ଜଣା ପଡିଛି ଜଣାପଡିଛି।









