ତା/୨୫/୦୪/୨୦୨୩ରିଖ, ଆଜି ରାଇରଙ୍ଗପୁର ଟାଉନଥାନା ପୋଲିସ ଏକ ହତ୍ୟାକାଣ୍ଡ ବିଷୟ ନେଇ ସାମ୍ବାଦିକ ସମ୍ମିଳନୀ ହୋଇ ଥିଲା |ଘଟଣାଟି ରାଇରଙ୍ଗପୁର ପୌରପାଳିକାର ୱାର୍ଡ ନଂ ୭ (ଗଢ)ଗ୍ରାମର ପ୍ରଶାନ୍ତ ମହାନ୍ତି ଙ୍କ ପୁତ୍ର ଡମ୍ବରୁଧର ମହାନ୍ତି ଓରଫ୍ (ବିକି) (୩୫)କୁ ବିଭତ୍ସ ଭାବେ ହତ୍ୟା କରାଯାଇ ଶରୀରକୁ ଖଣ୍ଡ ଖଣ୍ଡ କରି ପଡୋଶୀ ରାଜ୍ୟ ଝାଡଖଣ୍ଡ ରାଜ୍ୟର ବିଭିନ୍ନ ସ୍ଥାନରେ ତିନୋଟି ବ୍ୟାଗ୍ ରେ ଭର୍ତ୍ତି କରି ଅଭିଯୁକ୍ତ ଦମ୍ପତି ଅଲଗା ଅଲଗା ସ୍ଥାନରେ ଫୋପାଡି ଦେଇଥିଲେ |ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରୁ ସାଇଣ୍ଟେଫିକ୍ ଟିମ୍ ଅଭିଯୁକ୍ତ କମଳାକାନ୍ତ ସାଗର (୩୯)ଏବଂ ଖୁସବୁ ସାଗରକୁ ଝାଡଖଣ୍ଡ ରାଜ୍ୟ ଜାମସେଦପୁରର ସୋନାରି ଥାନା ଅନ୍ତର୍ଭୁକ୍ତ ସୋନାରୀ ବାସସ୍ଥଳୀରୁ ଗିରଫ କରି ଥିଲେ। ସଦେହୀ ଜିନିଷପତ୍ର ଉଦ୍ଧାର କରିଥିଲେ | ତେଣୁ କମଳାକାନ୍ତ ଏବଂ ତାଙ୍କ ସ୍ତ୍ରୀ ଖୁସବୁ ସାଗରକୁ ପୋଲିସ ଗିରଫ କରିଥିଲା | ଏଥିରେ ରାଇରଙ୍ଗପୁର ଟାଉନଥାନା କେଶ୍ ନଂ ୧୩୧/୨୦୨୩ ସହ ଭାରତୀୟ ପିଙ୍ଗଳ କୋଡ ଅନୁଯାୟୀ ଧାରା ୩୦୨,୨୦୧ ଏବଂ ୩୪ ଦଫା ଲାଗି କୋର୍ଟଚାଲାଣ କରାଯାଇଛି |ପ୍ରାପ୍ତସୂଚନା ଅନୁଯାୟୀ, ମୃତ( ଭିକି)ଡମ୍ବରୁଧର ମହାନ୍ତିଙ୍କ ସ୍ତ୍ରୀ ଇନୁଶ୍ରୀ ମହାନ୍ତି ଗତ ଏପ୍ରିଲ ୧୩ ତାରିଖରେ ଟାଉନ ଥାନା ରାଇରଙ୍ଗପୁରରେ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ |ରାଇରଙ୍ଗପୁର ଉପଖଣ୍ଡ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ଓ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରାଯାଇ ଥିଲା|ଏଏସ୍ଆଇ ବିରଞ୍ଚି କୁମାର ନାୟକ,ଏସ୍ଆଇ ଡମ୍ବରୁଧର ମହାନ୍ତ ଓ ଏସ୍ଆଇ ସସ୍ମିତା ସାମଲ ପ୍ରମୁଖ ଅନୁସନ୍ଧାନ କରିଥିଲେ। ଡମ୍ବରୁଧର ସାଗର ପଡୋଶୀ ରାଜ୍ୟ ଝାରଖଣ୍ଡର ଜାମସେଦପୁର (ଟାଟା)ସହରର ସୋନାରିରେ ରହୁଥିବା ଖୁସବୁ ସାଗରଙ୍କ ଘରକୁ ଅଧିକାଂଶ ସମୟରେ ଯିବାଆସିବା କରୁଥିଲା | ବର୍ଷେ ପୂର୍ବରୁ ବିକିର ଖୁସବୁ ସାଗର ମହିଳା ସହ ସମ୍ପର୍କ ରହିଥିଲା |ଏହି ଘଟଣା ଡମ୍ବରୁଧର ତାଙ୍କ ପରିବାରକୁ ନ ଜଣେଇବା ପାଇଁ କହି ଧମକ ଦେଇଥିଲେ |ଯାହା ଫଳରେ ଖୁସବୁ ସାଗର ଓ ତାଙ୍କ ସ୍ବାମୀ ମିଶି ହତ୍ୟା ଯୋଜନା କଲେ |ଡମ୍ବରୁଧରଙ୍କୁ ୨୧ ଏପ୍ରିଲରେ ଘରକୁ ଡାକି ପାଣିରେ ନିଦ ବଟିକା ମିଶାଇ ଖୁଆଇଦେଲେ |ତାପରେ ତାଙ୍କୁ ଛାତି ଓ ବେକରେ ମାରଣାସ୍ତ୍ରରେ ଆଘାତ କରି ହତ୍ୟାକଲେ |ତାଙ୍କର ଖଣ୍ଡବିଖଣ୍ଡିତ ଶରୀରକୁ ଝାଡଖଣ୍ଡର ବିଭିନ୍ନ ସ୍ଥାନରେ ଫୋପାଡି ଦେଲେ |ଏହାପରେ ପୋଲିସ ଛାନଭିନ୍ ପରେ ସାଇଣ୍ଟେଫିକ୍ ସହାୟତା କରି ଡମ୍ବରୁଧର ଶରୀରର ଖଣ୍ଡବିଖଣ୍ଡିତ ଶରୀର ଝାଡଖଣ୍ଡର ବିଭିନ୍ନ ସ୍ଥାନରେ ମିଳିଥିଲା ଏବଂ କରତ ବ୍ଲେଡ୍ ଘଟଣାସ୍ଥଳରୁ ମିଳିଥିଲା | ଏହି ଘଟଣାଟି ପରକୀୟା ପ୍ରୀତିରୁ ଘଟିଥିବା ଅନୁମାନ କରାଯାଉଛି |ଉକ୍ତ ଘଟଣାରେ ଝାଡଖଣ୍ଡ ପୋଲିସ ଏହି ହତ୍ୟାକାଣ୍ଡ ରେ ସାହାଯ୍ୟ ଓ ସହଯୋଗ କରିଥିଲେ ।









