Search
Close this search box.

ମୁଣ୍ଡ ଫଟା ଖରାରେ ଉବୁଡୁଵୁ ମଙ୍ଗୁଳିଆ ଗ୍ରାମ ଵାସୀ

ଆହୁରି ବଢିବ ଖରା ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ , ତାତିରେ ସିଝୁଛି ରାଜଧାନୀ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 41 ଡିଗ୍ରୀ ରହିବ ବୋଲି ଆକଳନ କରିଛି ପାଣି ପାଗ ବିଭାଗ । ଏପଟେ ଖରାରେ ମୁଣ୍ଡ ଫଟା ତାଣ୍ଡବଲୀଳା ରେ ଜୁଡୁବୁଡୁ ହେଉଛନ୍ତି ପେଟାନାଳ ର ମଙ୍ଗଳା ସାହି ବସ୍ତି ବାସିନ୍ଦା , ବସ୍ତିବାସିନ୍ଦା ଗରମରେ ଆଉଟ୍ ପାଉଟ ହୋଇ କିଏ ଗଛ ମୂଳେ ବସିଛି ତ କିଏ ଘରକୁ ଥଣ୍ଡା ରଖିବା ପାଇଁ କାନ୍ଥ ରେ ପାଣି ପକାଉଛି , ବସ୍ତିରେ ପାଣି ସୁବିଧା ସହ ପାଣି ପାଇପ ମଧ୍ୟ ଦିଆଯାଇଛି ହେଲେ ବସ୍ତି ବାସିନ୍ଦାଙ୍କ ଶୋଷ ମେଣ୍ଟୁନାହି , ଥରକେ ଯାହା ପାଣି ଆସୁଛି ସେ ପାଣି ଯଦି ସଞ୍ଚୟ ନ କରିପାରିଲେ ସାରା ଦିନ ଶୋଷରେ ରହିବାକୁ ପଡୁଛି , ଜଳ ସମସ୍ୟା କୁ ନେଇ ଏହି ବସ୍ତି ବାସିନ୍ଦାଙ୍କ ମୁଣ୍ଡ ଫଟା ଚିତ୍କାର ଛାଡୁଛନ୍ତି ତେବେ ଆସନ୍ତୁ ଦେଖିନେଵେ ଏହି ବସ୍ତି ବାସିନ୍ଦାଙ୍କ ଦୃଶ୍ୟ ,

ଏପଟେ ଗ୍ରୀଷ୍ମ ର ପ୍ରକୋପ ସେପଟେ ପାଣି ସମସ୍ୟା ରୁ ବସ୍ତିବାସିନ୍ଦା ଅସ୍ତବ୍ୟସ୍ତ ହୋଇପଡିଲେଣି ସରକାର ଯଦି ଏହି ବସ୍ତି ବାସିନ୍ଦାଙ୍କ ଗୁହାରି ଶୁଣି ପାରନ୍ତା ତେବେ ଏମାନଙ୍କୁ ଏହି ମୁଣ୍ଡ ଫଟା ଖରାରର ଜନ୍ଜଆଳକୁ ସହିବାକୁ ପଡ଼ିନଥାନ୍ତା ବ୍ୟୁରୋ ରିପୋର୍ଟ ଜନସ୍ବର ଓଡ଼ିଶା ॥

 

Leave a Comment

Read More