କ୍ୟାନସର ପରି ରୋଗ ସୃଷ୍ଟି କରୁଛି ପିଲାଙ୍କ ପ୍ରିୟ ବର୍ଣ୍ଣ ଭିଟା , ଏଥିରେ ମିଶୁଛି କ୍ୟାନ୍ସର ହେଲା ଭଳି ରଙ୍ଗ , ଦେହରେ ସୃଷ୍ଟି କରୁଛି ମାରାତ୍ମକ ରୋଗ , ଯାହା ଏହି ଭିଡିଓ ରେ ସ୍ପଷ୍ଟ ଜଣାପଡ଼ୁଛି ,
ଏହି ଭିଡିଓ ଭାଇରାଲ ହେବା ପରେ ଆସିଥିଲା କମ୍ପାନୀ ର ଅଭିଯୋଗ ଯାହାକୁ ନେଇ ଡିଲିଟ ହେଲା ଭିଡିଓ , ତେବେ କ୍ୟାଡବେରି ପରି କମ୍ପାନୀ ତିଆରି କରୁଛି ଏହି ପ୍ରଡକ୍ଟ ଏହାକୁ କ୍ଷୀରରେ ମିଶାଇ ଛୁଆ ପିଲାଙ୍କୁ ଦିଆଯାଏ ଯାହାର ସ୍ଵାଦ ପାଇବା ପରେ ଛାଡନ୍ତି ନାହିଁ ପିଲାମାନେ , ସମସ୍ତେ ଏହାକୁ ପିଇବାକୁ ପସନ୍ଦ କରନ୍ତି, କିନ୍ତୁ ଏହି ଭିଡିଓ ଦେଖିବା ପରେ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି ଵିଵାଦ ,ଏହି ଏକ ମିନିଟ ର ଭିଡିଓ କୁ ଦେଖି ଲୋକେ ବର୍ଣ୍ଣ ଭିଟା କୁ ନାପସନ୍ଦ କରିବା ଆରମ୍ଭ କରିଦେଲେଣି ,
କହୁଥିଲେ ବର୍ଣ୍ଣ ଭିଟା ଖାଇଲେ ଛୋଟ ପିଲାଙ୍କ ଶରୀରରେ ଭିଟାମିନ ମିଳିବା ସହ ଦେହ ହୃଷ୍ଟ ପୃଷ୍ଟ ହୋଇଥାଏ , କିନ୍ତୁ ଏହି ନିୟଟ୍ରିଆନିଷ୍ଟଙ୍କ ଭିଡିଓ ଦେଖିବା ପରେ ସବୁ ଓଲଟା ହୋଇଯାଇଛି , ସେ କହିଛନ୍ତି ଯେ ଏହି ବର୍ଣ୍ଣ ଭିଟା ରେ ଅଧିକ ମାତ୍ରରେ ସୁଗର ରହିଛି , ଯାହାକୁ ପିଇଲେ ମଣିଷ ସୁସ୍ଥ ନୁହେଁ ଡାଇବେଟିସ ର ଶୀକାର ହେବ , ଖାଲି ସେତିକି ନୁହେଁ ଏଥିରେ କ୍ୟାନ୍ସର ପରି ରୋଗ ସୃଷ୍ଟି କଲା ପରି କ୍ୟାମିକାଲ ରହିଛି ,ଯାହା ପିଲାଙ୍କୁ ରୋଗିଣା କରିଦେଇ ପାରେ , ତେବେ ଏଇ କଥା ଏତେ ବଢିଲା ଯେ କମ୍ପାନୀ ବାଧ୍ୟ ହୋଇ ଭିଡିଓ କୁ ଡିଲିଟ କରିବା ପାଇଁ ଅଭିଯୋଗ କରିବାକୁ ପଡିଲା , ବ୍ୟୁରୋ ରିପୋର୍ଟ ଜନସ୍ବାର ଓଡ଼ିଶା









